ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭଦ୍ରକ, ବାଲେଶ୍ୱର, ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଛି। ଗତ ଦୁଇ ଦିନ ଭିତରେ ୧୮ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାରୁ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ପରିସ୍ଥିତିର ଅନୁଧ୍ୟାନ ପାଇଁ ୩ଟି ଷ୍ଟେଟ୍ ରାପିଡ ରେସପନ୍ସ ଟିମ୍ ଗଠିତ ହୋଇଛି। ଏହି ତିନିଟି ଟିମ୍ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଗସ୍ତରେ ଯିବେ।
ଏସସିବି ମେଡିକାଲ କଲେଜର ଟେକନିକାଲ ଟିମ୍ ଯାଜପୁର ଜିଲ୍ଲା ଗସ୍ତ କରିବେ। ଫକୀର ମୋହନ ମେଡିକାଲ କଲେଜର ଟେକନିକାଲ ଟିମ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଯିବେ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବାଲେଶ୍ୱର ଜିଲ୍ଲା ଗସ୍ତ କରିବେ ଓ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଭଦ୍ରକ ଯିବେ। ସେହିପରି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଯାଜପୁର ଗସ୍ତରେ ଯିବେ। ମେଡିକାଲ କଲେଜର ବିଶେଷଜ୍ଞ ଓ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର କଣ୍ଟେନମେଣ୍ଟ ଜୋନ ତଦାରଖ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...