Advertisment

‘ଚିକିତ୍ସା ପାଣ୍ଠି ବନ୍ଦ କଲ କାହିଁକି?’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି(OSTF) ବନ୍ଦ ନେଇ ସରକାରଙ୍କୁ ଘେରିଛି ବିଜେପି। ଗତକାଲି ରାଜ୍ୟ ସରକାର state treatment fundକୁ ବନ୍ଦ କରିଛନ୍ତି। ତେବେ ଏହି ଯୋଜନା ବନ୍ଦ ହେବନି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଉ ଫେବୃଆରୀ ମାସରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଯୋଜନା ବନ୍ଦ ହେବ ନାହିଁ ବୋଲି  କହିଥିଲେ। ହେଲେ କ’ଣ ପାଇଁ ଯୋଜନା ଆରମ୍ଭ ହେଲା, ଆଉ ବନ୍ଦ ହେଲା ବୋଲି ଏକ ସାମ୍ୱାଦିକ […]

‘ଚିକିତ୍ସା ପାଣ୍ଠି ବନ୍ଦ କଲ କାହିଁକି?’

bjp

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି(OSTF) ବନ୍ଦ ନେଇ ସରକାରଙ୍କୁ ଘେରିଛି ବିଜେପି। ଗତକାଲି ରାଜ୍ୟ ସରକାର state treatment fundକୁ ବନ୍ଦ କରିଛନ୍ତି। ତେବେ ଏହି ଯୋଜନା ବନ୍ଦ ହେବନି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଉ ଫେବୃଆରୀ ମାସରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଯୋଜନା ବନ୍ଦ ହେବ ନାହିଁ ବୋଲି  କହିଥିଲେ। ହେଲେ କ’ଣ ପାଇଁ ଯୋଜନା ଆରମ୍ଭ ହେଲା, ଆଉ ବନ୍ଦ ହେଲା ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ  ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି।

Advertisment

ସେ କହିଛନ୍ତି, “ଗତକାଲି ରାଜ୍ୟ ସରକାର ଓଡ଼ିଶା ଷ୍ଟେଟ୍‌‌ ଟ୍ରେଟିମେଣ୍ଟ ଫଣ୍ଡକୁ ପ୍ରତ୍ୟାହାର କରି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ୨୧ ଜୁଲାଇ  ୨୦୧୮ରେ  ଏକ କ୍ୟାବିନେଟ୍‌ ବୈଠକ କରିଥିଲେ। ଏହି ବୈଠକରେ କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲେ ମଧ୍ୟ ଓଡ଼ିଶା ଷ୍ଟେଟ୍‌‌ ଟ୍ରିଟ୍‌ମେଣ୍ଟ ଫଣ୍ଡ ମଧ୍ୟ କାର୍ଯ୍ୟକାରୀ କରିବ। ଆଉ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନର ତ୍ତତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ୨୪.୨. ୨୦୨୦ କହିଥିଲେ,  OSTF ଓ BSKY (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ) ଏହି ଦୁଇଟି ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ  ହୋଇଛି। ତେଣୁ ଏହି ଦୁଇଟି ଯୋଜନା ବର୍ତ୍ତମାନ ଚାଲୁଛି, ନିକଟ ଭବିଷ୍ୟତରେ ମଧ୍ୟ ଚାଲିବ। କିନ୍ତୁ ଏପ୍ରିଲ ମାସରେ ଓଡ଼ିଶା ଷ୍ଟେଟ‌ ଟ୍ରିଟ୍‌ମେଣ୍ଟ ଫଣ୍ଡର ସୋସାଇଟି ବସୁଛି ଏବଂ ନିର୍ଣ୍ଣୟ ନେଉଛି ଏହି ଯୋଜନାକୁ  BSKYରେ ବିଲୟ କରି ଦିଆଯିବ।

ସରକାରଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଗୋଲକ କହିଛନ୍ତି, “ଏଠି ପ୍ରଶ୍ନ ଆସୁଛି ଏହି ଯୋଜନା କରିବାକୁ କିଏ କହୁଥିଲା, କାଟିବାକୁ କିଏ କହୁଥିଲା? ସେ ସମୟରେ ଭାରତ ସରକାର ଆୟୁଷ୍ମାନ ଭାରତ ଭଳି ଏକ ବିରାଟ ଯୋଜନା ଆଣିକି ଆସିଥିଲେ। ହେଲେ ଆପଣ ଏହି ଯୋଜନାକୁ ଲାଗୁ କରାଇଲେ ନାହିଁ। କହିଲେ- ଆମେ ନିଜସ୍ୱ ଯୋଜନା କରିବୁ। ହେଲେ ଆଜି ଦେଖନ୍ତୁ ବାସ୍ତବ ଚିତ୍ର। ଆଜି ଜଣାପଡୁଛି ଯେଉଁ ସମୟରେ କରୋନାର ମହାମାରୀ ଚାଲୁଛି ସେହି ସମୟରେ ରାଜ୍ୟ ସରକାର  OSTF ଭଳି ଯୋଜନାକୁ ବନ୍ଦ କରି ଦେଉଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାକୁ ମିଶାଇ ଦେଉଛନ୍ତି। ଆଉ କହୁଛନ୍ତି, ଯେଉଁମାନେ OSTFରେ ଆସୁଥିଲେ ସେମାନେ  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହାର ଲାଭ ଉଠାଇ ପାରିବେ। ଏବେ ଗରିବ ଓଡ଼ିଆଟି କଉଠି ଟ୍ରିଟମେଣ୍ଟ ପାଇବ। ରାଜ୍ୟ ସରକାର ନିଜ ଜିଦରେ ଅଟଳ। ନିର୍ବାଚନ ଆଖି ଆଗରେ ରଖି ଓଡ଼ିଶାବାସୀଙ୍କ ସହିତ ଖେଳ ଖେଳିଲେ। ଓଡ଼ିଆ ଲୋକଙ୍କୁ ପ୍ରତାରିତ କରୁଛନ୍ତି।  କାହିଁକି OSTF ବନ୍ଦ କଲ ତାହା ସ୍ପଷ୍ଟ କରନ୍ତୁ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe