ମମିତା ହତ୍ୟା ମାମଲା: ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ହତ୍ୟା ମାମଲାର ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ଦାଖଲ କଲେ ରାଜ୍ୟ ସରକାର । ତଦନ୍ତର ଅଗ୍ରଗତି ନେଇ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟ, ଝିଅକୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ପରିବାର ଲୋକେ । ଶୀଘ୍ର ତଦନ୍ତ ସାରି ଫାଷ୍ଟଟ୍ରାକ କୋର୍ଟରେ ବିଚାର ପାଇଁ ଆବେଦନ କରିଥିଲେ ମମିତାଙ୍କ ବାପା ଭାଇ।   ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପକ୍ଷଭୁକ୍ତ ପାଇଁ […]

mamita

mamita

Niharika Rout
  • Published: Friday, 03 December 2021
  • Updated: 03 December 2021, 12:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ହତ୍ୟା ମାମଲାର ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ଦାଖଲ କଲେ ରାଜ୍ୟ ସରକାର । ତଦନ୍ତର ଅଗ୍ରଗତି ନେଇ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛନ୍ତି ରାଜ୍ୟ ସରକାର।

ସୂଚନାଯୋଗ୍ୟ, ଝିଅକୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ପରିବାର ଲୋକେ । ଶୀଘ୍ର ତଦନ୍ତ ସାରି ଫାଷ୍ଟଟ୍ରାକ କୋର୍ଟରେ ବିଚାର ପାଇଁ ଆବେଦନ କରିଥିଲେ ମମିତାଙ୍କ ବାପା ଭାଇ।   ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପକ୍ଷଭୁକ୍ତ ପାଇଁ ଆବେଦନ କରାଯାଇଥିଲା ।

ଲମ୍ବା ସମୟ ଧରି ତଦନ୍ତ ହେବା ଦ୍ୱାରା ମାନସିକ ଚାପରେ ପରିବାର ଲୋକେ ଥିବା କୋର୍ଟରେ ଦର୍ଶାଇଥିଲେ। ତେଣୁ  ତ୍ୱରିତ ଶୁଣାଣି ଓ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ପାଇଁ ଅପିଲ କରିଥିଲେ ।  ଏହାପରେ ଆଜି ଏହି ମାମଲାର ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୨୩ ତାରିଖରେ ମମିତା ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos