କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରୁ ୩୬ ଭରି ସୁନା, ୫ ଲକ୍ଷ ଟଙ୍କା ଓ ଡାଇମଣ୍ଡର ୨ଟି ଚୁଡ଼ି ଚୋରି ହୋଇଥିବା ଅଭିଯୋଗ ହୋଇଛି।
୨୫ ତାରିଖରେ ବ୍ୟବସାୟୀ ତୁଳସୀ ଜୈନଙ୍କ ପୁଅର ବିବାହ ଟିଟିଲାଗଡ଼ରେ ଅନୁଷ୍ଠିତ ହୋଇଥିଲା। ତେଣୁ ତାଙ୍କ ପରିବାର ଲୋକେ ଟିଟିଲାଗଡ଼ ଯାଇଥିଲେ। ତେବେ ବାହାଘର ସରିଲା ପରେ ୨୬ ତାରିଖ ଦିନ ସକାଳେ ସେମାନେ ବଙ୍ଗୋମୁଣ୍ଡାସ୍ଥିତ ନିଜ ଘରକୁ ଫେରିଥିଲେ। ହେଲେ ସେମାନେ ଆସି ପହଞ୍ଚି ଦେଖିଲା ବେଳକୁ ତାଙ୍କର ଘରର ମୁଖ୍ୟ ଗେଟ୍ ଭାଙ୍ଗି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଘରେ ଥିବା ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏନେଇ ତୁଳସୀ ଜୈନ୍ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଡ଼ୁଆରେ ମୋହନ ସରକାର, ଆଗରେ ୯ଟି ପ୍ରଶ୍ନ
ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।