Advertisment

ସଇତାନ ସାଜିଲା ସାବତ ମା’, ଝିଅ ମୁହଁ ଓ ଦେହ ସାରା ଦେଲା ଚେଙ୍କ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସଇତାନ ସାଜିଲା ସାବତ ମା’। ୯ ବର୍ଷର କଅଁଳ ଝିଅର ମୁହଁ, ହାତ, ବେକ ଓ ଦେହରେ ଦେଇଛି ଅସଂଖ୍ୟ ଲୁହା ପାତିଆ ଚେଙ୍କ। ବେକକୁ ରଶିରେ ଭିଡ଼ି ଗାତ କରିଦେଇଛି। ଅସମ୍ଭାଳ ନିର୍ଯାତନାରେ ଶିଶୁର ପୂରା ମୁହଁ ଏବେ ଘା’ ହୋଇଯାଇଛି। ମୁହଁ, ପିଠି, ବେକରେ ଗଭୀର ଆଘାତ ଯୋଗୁ ଶିଶୁଟି ଛଟପଟ ହେଉଛି। ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହି ସପ୍ତମ ଗଳିରେ ଏହି ଘଟଣା ଘଟିଛି। ଘଟଣା ପ୍ରଘଟ ହେବା ଭୟରେ ଝିଅକୁ […]

ସଇତାନ ସାଜିଲା ସାବତ ମା’, ଝିଅ ମୁହଁ ଓ ଦେହ ସାରା ଦେଲା ଚେଙ୍କ

child-2

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସଇତାନ ସାଜିଲା ସାବତ ମା’। ୯ ବର୍ଷର କଅଁଳ ଝିଅର ମୁହଁ, ହାତ, ବେକ ଓ ଦେହରେ ଦେଇଛି ଅସଂଖ୍ୟ ଲୁହା ପାତିଆ ଚେଙ୍କ। ବେକକୁ ରଶିରେ ଭିଡ଼ି ଗାତ କରିଦେଇଛି। ଅସମ୍ଭାଳ ନିର୍ଯାତନାରେ ଶିଶୁର ପୂରା ମୁହଁ ଏବେ ଘା’ ହୋଇଯାଇଛି। ମୁହଁ, ପିଠି, ବେକରେ ଗଭୀର ଆଘାତ ଯୋଗୁ ଶିଶୁଟି ଛଟପଟ ହେଉଛି। ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହି ସପ୍ତମ ଗଳିରେ ଏହି ଘଟଣା ଘଟିଛି।

Advertisment

ଘଟଣା ପ୍ରଘଟ ହେବା ଭୟରେ ଝିଅକୁ ଦୀର୍ଘଦିନ ଘରେ ଲୁଚାଇ ରଖିଥିଲା ସାବତ ମା’ ଓ ବାପା। ହେଲେ ଝିଅଟି ଟ୍ୟୁସନ ଯିବା ପରେ ମୁହଁରେ ହୋଇଥିବା ଘା’ ଦେଖି ଲୋକେ ସନ୍ଦେହ କରିଥିଲେ। ପରେ ଝିଅକୁ ପଚାରିବା ପରେ ପ୍ରକୃତ କଥା ଜଣାପଡ଼ିଥିଲା। ଏନେଇ ଖବର ପାଇବା ପରେ ପୁଲିସ ପହଞ୍ଚି ଶିଶୁ ସାବତ ମାଆ ଓ ବାପାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଏନେଇ ସାବତ ମା’ କହିଛି ଯେ, ୩ଦିନ ତଳେ ଝିଅ ଚକଲେଟ ଓ କୁରୁକୁରେ ଖାଇବା ପାଇଁ ୫ଟଙ୍କା ମାଗିଥିଲା। ଗୋସେଇଁ ବାପା ଆଣି ଚକଲେଟ ଦେଇଥିଲେ। ସାବତ ଭାଇ ଓ ସାବତ ମା’କୁ ଦେଇ ଦିଟା ନିଜେ ରଖିବାକୁ କହିଥିଲେ। ହେଲେ ଝିଅ ସବୁ ଖାଇଦେଲା। ଏତିକିରେ ସେ ଉତ୍ତ୍ୟକ୍ତ ହୋଇଯାଇଥିଲେ। ଘରେ ଥିବା ପିଠା ପାତିଆକୁ ନିଆଁରେ ତତେଇ ଆଣି ଝିଅର ମୁହଁ ସମେତ ଦେହସାରା ଚେଙ୍କ ଦେଇଥିଲେ।

Advertisment

ଚେଙ୍କ ଯୋଗୁ ଝିଅର ମୁହଁ, ବେକ, ହାତ ଓ ଦେହସାରା ଘା’ ହୋଇଯାଇଛି। ପୂଜ, ପାଣି ବୋହୁଛି। ନିଷ୍ଠୁର ସାବତ ମା’ ସେହି ଦିନ ଠାରୁ ଝିଅକୁ ଘରେ ଲୁଚାଇ ରଖିଥିଲା। ପଦାକୁ କାଢୁ ନ ଥିଲା। ୩ଦିନ ପରେ ସେ ଟ୍ୟୁସନକୁ ଯିବା ପରେ ଘଟଣା ପଦାକୁ ଆସିଥିଲା। ପରେ ସ୍ଥାନୀୟ ଲୋକେ ଏହି ସାବତ ମା’, ତା ବାପା ଓ ଗୋସେଇଁ ବାପାଙ୍କୁ ଘେରାଉ କରି କୈଫତ ମାଗିଥିଲେ। ଏଥିସହ ଶିଶୁର ସୁରକ୍ଷା ନିମନ୍ତେ ପୁଲିସକୁ ଖବର ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe