Advertisment

ମଲ୍‌ରୁ ମନ୍ଦିର, ସବୁଠି ‘କରୋନା’ କଟକଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ମଲ୍‌ରୁ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର କଟକଣା ଜାରି କରାଯାଇଛି। ଏପରିକି ସୁରକ୍ଷା ଦୃଷ୍ଟିରୁ କିଛି ସ୍ଥାନରେ କିଛି ଧାର୍ମିକ କାର୍ଯ୍ୟ ଓ ଉତ୍ସବକୁ ମଧ୍ୟ ବନ୍ଦ କରାଯାଇଛି। କରୋନାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଜନସମାଗମକୁ ବନ୍ଦ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ […]

ଅଦ୍ୟତନ ହୋଇଛି
ମଲ୍‌ରୁ ମନ୍ଦିର, ସବୁଠି ‘କରୋନା’ କଟକଣା

jajpur

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ମଲ୍‌ରୁ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର କଟକଣା ଜାରି କରାଯାଇଛି। ଏପରିକି ସୁରକ୍ଷା ଦୃଷ୍ଟିରୁ କିଛି ସ୍ଥାନରେ କିଛି ଧାର୍ମିକ କାର୍ଯ୍ୟ ଓ ଉତ୍ସବକୁ ମଧ୍ୟ ବନ୍ଦ କରାଯାଇଛି।

Advertisment

କରୋନାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଜନସମାଗମକୁ ବନ୍ଦ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ମାର୍ଚ୍ଚ ୨୧ରେ ଦଶାଶ୍ୱମେଧ ଘାଟରେ ବୈତରଣୀ ନଦୀରେ ହେବାକୁ ଥିବା ବାରୁଣୀ ସ୍ନାନକୁ ବାତିଲ କରି ଦିଆଯାଇଛି। ସେହିପରି ବରାହନାଥ ପୀଠରେ ହେବାକୁ ଥିବା ବାରୁଣୀ ଯାତ୍ରାକୁ ଜିଲ୍ଲା ପ୍ରଶାସନ ବାତିଲ କରି ଦେଇଛି। ପ୍ରତିବର୍ଷ ଚୈତ୍ର ମାସରେ ବାରୁଣୀ ସ୍ନାନ ପଡ଼ିଥାଏ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗ ଦେବା ସହ ବୈତରଣୀରେ ବୁଡ଼ ପକାଇଥା’ନ୍ତି। ସେହିପରି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

କରୋନା ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଛି।  ଏନେଇ ଟ୍ୱିଟ୍‌ କରି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Advertisment

ଭୁବନେଶ୍ୱର ଓ କଟକ ଭଳି ସମ୍ବଲପୁର ଓ ବ୍ରହ୍ମପୁରରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ମଲ୍‌ ଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ବ୍ରହ୍ମପୁରର ସହରର ସବୁ ମଲ୍ ଓ ଶୋ’ ରୁମ୍‌ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଜନସମାଗମକୁ ବନ୍ଦ କରିବାକୁ ଗତକାଲିଠୁ ଗଞ୍ଜାମ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଏହା ସହିତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ସମ୍ୱଲପୁରରେ ସହରରେ ମଧ୍ୟ ସପିଙ୍ଗ ମଲ୍ ଓ ଶୋ ରୁମ୍ ବନ୍ଦ କରିବାକୁ ସେଠାକାର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ  ୩୧ ପର୍ଯ୍ୟନ୍ତ ମଲ୍‌ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇ ମନ୍ଦିରରେ ବି କଟକଣା ଜାରି ହୋଇଛି। ସବୁ ଭକ୍ତଙ୍କ ପାଇଁ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ ହୋଇଛି। ରାଉରକେଲାରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମଲ୍‌ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

କୋରନା ପାଇଁ ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ସିନେମା ହଲ୍ ଓ ମେଳା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ାରେ କୋଚିଂ ସେଣ୍ଟର, ସପିଂ ମଲ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଢେଙ୍କାନାଳ ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି। କପିଳାସ ଓ ବଳଦେବଜିଉ ମନ୍ଦିର ଦର୍ଶନ ପାଇଁ ମଧ୍ୟ କଟକଣା କରାଯାଇଛି। ପଂକ୍ତି ଭୋଜନ, ସପିଂ ମଲ୍ ଓ ଡିୟର ପାର୍କକୁ ବନ୍ଦ ଘୋଷଣା କରାଯାଇଛି।

ପୁରୀ ଜିଲ୍ଲା କାକଟପୁର ମଙ୍ଗଳା ମନ୍ଦିରରେ ମଧ୍ୟ କଟକଣା ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନ ଛାଡ଼ିବାକୁ ସେବାୟତଙ୍କୁ କୁହାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।

ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି। ପର୍ଯ୍ୟଟକଙ୍କୁ ହୋଟେଲ ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଠା ଦୋକାନୀମାନଙ୍କୁ ସମୁଦ୍ର କୂଳ ଛାଡ଼ି ଚାଲିଯିବାକୁ କୁହାଯାଇଛି। ଏହାସହ ପୁରୀ ଜିଲ୍ଲା ପିପିଲିର ପ୍ରସିଦ୍ଧ ହରିରାଜପୁର ମେଳଣରେ ବି ୧୪୪ ଧାରା ଜାରି କରାଯାଇଛି। ଏଥିସହ ତୁରନ୍ତ ଦୋକାନ ବଜାର ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe