ଟିଟୋ ଲିଙ୍କ୍‌ ଅଭିଯୋଗ: ଯୁବ ବ୍ୟବସାୟୀ ଅଟକ, ଘରେ ଏସ୍‌ଟିଏଫ୍‌ର ଚଢ଼ଉ

ଜଗତସିଂହପୁର (): ଗ୍ୟାଙ୍ଗଷ୍ଟର୍‌ ଟିଟୋ ଲିଙ୍କ୍ ଅଭିଯୋଗରେ ଜଗତସିଂହପୁରର ଯୁବ ବ୍ୟବସାୟୀ ଦୀପ୍ତି ଦାସଙ୍କ ଘରେ ଏସ୍‌ଟିଏଫ୍‌ ଚଢ଼ଉ କରାଯାଇଛି। ମୁକୁନ୍ଦପୁରସ୍ଥିତ ଘର ସହ ଜଗତସିଂହପୁର ସହରରେ ଥିବା ବୃନ୍ଦାବନ ଗେଷ୍ଟ ହାଉସ୍‌, ନିର୍ମଳା ରେସିଡେଣ୍ଟସି ଗ୍ଲାସ୍‌ ଆଣ୍ଡ ପ୍ଲାଏ ଦୋକାନ ଉପରେ ଏକ ସାଙ୍ଗରେ ଚଢ଼ଉ କରାଯାଇଛି। ଏହାସହ ଭୁବନେଶ୍ୱର ପଟିଆରେ ଥିବା ତାଙ୍କର ଏକ ଫ୍ଲାଟ୍‌ ଉପରେ ବି ଚଢ଼ଉ କରାଯାଇଛି। ଏଠାରୁ ଏକ କାର ଜବତ କରିଛି ଏସ୍‌ଟିଏଫ୍‌। ଦୀପ୍ତି ନାମରେ ଥିବା […]

car

Rakesh Mallick
  • Published: Sunday, 09 September 2018
  • , Updated: 09 September 2018, 04:53 PM IST

ଜଗତସିଂହପୁର (): ଗ୍ୟାଙ୍ଗଷ୍ଟର୍‌ ଟିଟୋ ଲିଙ୍କ୍ ଅଭିଯୋଗରେ ଜଗତସିଂହପୁରର ଯୁବ ବ୍ୟବସାୟୀ ଦୀପ୍ତି ଦାସଙ୍କ ଘରେ ଏସ୍‌ଟିଏଫ୍‌ ଚଢ଼ଉ କରାଯାଇଛି। ମୁକୁନ୍ଦପୁରସ୍ଥିତ ଘର ସହ ଜଗତସିଂହପୁର ସହରରେ ଥିବା ବୃନ୍ଦାବନ ଗେଷ୍ଟ ହାଉସ୍‌, ନିର୍ମଳା ରେସିଡେଣ୍ଟସି ଗ୍ଲାସ୍‌ ଆଣ୍ଡ ପ୍ଲାଏ ଦୋକାନ ଉପରେ ଏକ ସାଙ୍ଗରେ ଚଢ଼ଉ କରାଯାଇଛି।
ଏହାସହ ଭୁବନେଶ୍ୱର ପଟିଆରେ ଥିବା ତାଙ୍କର ଏକ ଫ୍ଲାଟ୍‌ ଉପରେ ବି ଚଢ଼ଉ କରାଯାଇଛି। ଏଠାରୁ ଏକ କାର ଜବତ କରିଛି ଏସ୍‌ଟିଏଫ୍‌।

ଦୀପ୍ତି ନାମରେ ଥିବା ଏକ ଅଡି କାର, ଲାଇସେନ୍ସ ବନ୍ଧୁକ, ୧୨ଟି ଗୁଳି, ୬୪ ହଜାର ଟଙ୍କା, ଏକାଧିକ ବ୍ୟାଙ୍କ ଆକାଉଣ୍ଟ, ଜମି ପଟ୍ଟା ଜବତ କରାଯାଇଥିବା ଜଣାପଡ଼ିଛି।
ଦୀପ୍ତିଙ୍କୁ ଅଟକ ରଖି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପଚରାଉଚରା କରୁଛି। ଟିଟୋ ସହିତ ଦୀପ୍ତିର କ’ଣ ସଂପର୍କ ରହିଛି, ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଏସ୍‌ପି ରାମଚନ୍ଦ୍ର ଥମ୍ବ କହିଛନ୍ତି।

Related story