Advertisment

ହାଇୱା ସିକ୍ରେଟ ଚାମ୍ବର ଭିତରୁ ୧୦କ୍ୱିଣ୍ଟାଲ ଗଞ୍ଜେଇ ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇୱା ଡାଲା ଭିତରେ ହୋଇଥିଲା ସିକ୍ରେଟ ଚାମ୍ବର। ଏହି ଚାମ୍ବର ଭିତରେ ଚୋରା ଚାଲାଣ ହେଉଥିଲା ପ୍ରାୟ ୧୦ କ୍ୱିଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଭୁବନେଶ୍ୱର ଏସଟିଏଫ୍ ପକ୍ଷରୁ ଚଢ଼ାଉ କରାଯାଇ ଏହି ଗଞ୍ଜାଇକୁ ଜବତ କରାଯାଇଛି। ଏହି ଘଟଣାରେ ଟ୍ରକର ଡ୍ରାଇଭର ରାଜେଶ ସିଂ(୨୮)କୁ ଗିରଫ କରାଯାଇଛି। ତଦନ୍ତ ବେଳେ ତାଙ୍କ ଘର ବିହାରର ଅରା ଜିଲ୍ଲା ଜଗଦିଶପୁର ଥାନା ଅନ୍ତର୍ଗତ ହାରାଦିଆନରେ ବୋଲି ଜଣାପଡ଼ିଛି। ଗତକାଲି […]

author-image
Niranjan Mishra
ଅଦ୍ୟତନ ହୋଇଛି
ହାଇୱା ସିକ୍ରେଟ ଚାମ୍ବର ଭିତରୁ ୧୦କ୍ୱିଣ୍ଟାଲ ଗଞ୍ଜେଇ ଜବତ

ganja-11

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇୱା ଡାଲା ଭିତରେ ହୋଇଥିଲା ସିକ୍ରେଟ ଚାମ୍ବର। ଏହି ଚାମ୍ବର ଭିତରେ ଚୋରା ଚାଲାଣ ହେଉଥିଲା ପ୍ରାୟ ୧୦ କ୍ୱିଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଭୁବନେଶ୍ୱର ଏସଟିଏଫ୍ ପକ୍ଷରୁ ଚଢ଼ାଉ କରାଯାଇ ଏହି ଗଞ୍ଜାଇକୁ ଜବତ କରାଯାଇଛି। ଏହି ଘଟଣାରେ ଟ୍ରକର ଡ୍ରାଇଭର ରାଜେଶ ସିଂ(୨୮)କୁ ଗିରଫ କରାଯାଇଛି। ତଦନ୍ତ ବେଳେ ତାଙ୍କ ଘର ବିହାରର ଅରା ଜିଲ୍ଲା ଜଗଦିଶପୁର ଥାନା ଅନ୍ତର୍ଗତ ହାରାଦିଆନରେ ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଜାତୀୟ ରାଜପଥର ତମାଣ୍ଡୋ ଠାରେ ଏସଟିଏଫ୍ ଏହି ଟ୍ରକକୁ ଅଟକାଇ ଯାଞ୍ଚ କରିବା ବେଳେ ଏହି ଡିଲକୁ ଧରିଥିଲା। ବିପୁଳ ପରିମାଣର ଏହି ନିଶା ସାମଗ୍ରୀ ବିହାରରୁ ଝାଡ଼ଖଣ୍ଡ ଚୋରାଚାଲାଣ ହେଉଥିଲା।

Advertisment

ଜବତ ହାଇୱାର ଡାଲାରେ ଦୁଇଟି ବିଶାଳ ସିକ୍ରେଟ ଚାମ୍ବର କରାଯାଇଥିଲା। ଗୋଟିଏ ଡାଲାର ବଡି ତଳେ କରାଯାଇଥିବା ବେଳେ ଅନ୍ୟଟି ଡ୍ରାଇଭର ପଛକୁ ଲାଗି କରାଯାଇଥିଲା। ଆଇରନ ପ୍ଲେଟ ତଳେ କରାଯାଇଥିବା ଏହି ଚାମ୍ବରକୁ ସହଜରେ ଜାଣିବା ମୁସକିଲ। ସିକ୍ରିଟ ଚାମ୍ବର ଭିତରେ ଅବକାରୀ ସାମଗ୍ରୀ ଚୋରାଚାଲାଣ ହେଉଥିବା ବେଳେ ଉପରେ ଫଳ, ପନିପରିବା ପ୍ରଭୃତି ଲୋଡିଂ କରି ପରିବହନ କରାଯାଉଥିଲା। ଯାଞ୍ଚ ବେଳେ ଗିରଫ ବ୍ୟକ୍ତି ଜଣକ ଗଞ୍ଜେଇ ଚାଲାଣ ନେଇ କୌଣସି ବୈଧ ଦସ୍ତାବିଜ ଦେଖାଇ ପାରି ନ ଥିଲା। ତେଣୁ ଏକ ମାମଲା ରୁଜୁ କରାଯାଇ ତାକୁ ଗିରଫ କରାଯିବା ପରେ ଭୁବନେଶ୍ୱର ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ପରଠାରୁ ଏସଟିଏଫ ବେଆଇନ ନିଶାକାରବାର ରୋକିବାକୁ ଚଢ଼ାଉ କରି ଏ ପର୍ଯ୍ୟନ୍ତ ପ୍ରାୟ ୫୨ କେଜି ବ୍ରାଉନସୁଗାର ଓ ହିରୋହିନ ସହିତ ୨୦୨ ଗ୍ରାମ କୋକିନ, ୧୦୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ମାମଲା ମାନଙ୍କରେ ଏପର୍ଯ୍ୟନ୍ତ ୧୪୬ ଜଣଙ୍କୁ ଗିରଫ କରାଯାଇଛି।

Advertisment