ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିପୁଳ ପରିମାଣର ଧଳା ଜହର ଜବତ । ରାଜଧାନୀ ଉପକଣ୍ଠରୁ ୩୨୦ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବାଂଚ ଏସଟିଏଫ । ଏଥିସହ ବ୍ରାଉନସୁଗର ଡିଲ କରୁଥିବା ଡିଲରକୁ ମଧ୍ୟ ଏସଟିଏଫ ଗିରଫ କରିଛି । ବାଲେଶ୍ୱର ଜଳେଶ୍ୱରରୁ ଆଣି ଖୋର୍ଦ୍ଧା ଜଙ୍କିଆରେ ଡିଲ ବେଳେ ଏସଟିଏଫ ଏହି ଡିଲରକୁ ଧରିଛି । ଜବତ ବ୍ରାଉନସୁଗରର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି । ଅଭିଯୁକ୍ତ ନାଁରେ ଖୋର୍ଦ୍ଧା ଜଙ୍କିଆ ପୁଲିସ ଷ୍ଟେସନରେ ଏକ ମାମଲା ରଜୁ କରାଯିବା ସହ ଏହାର ପଛରେ ଥିବା ମାଷ୍ଟରମାଇଣ୍ଡକୁ ଖୋଜୁଛି କ୍ରାଇମବ୍ରାଂଚ ଏସଟିଏଫ ।
ଏହାକୁ ମିଶାଇ ରାଜ୍ୟରେ ଚଳିତ ବର୍ଷ ଏସଟିଏଫ ଏଯାଏଁ ୨୩ କେଜି ୫୯୩ ଗ୍ରାମ ବ୍ରାଉନସୁଗର ଜବତ କରିସାରିଲାଣି । ବର୍ତ୍ତମାନ ସୁଦ୍ଧା ୨୬ଟି କେସ୍ ରୁଜୁ ହେବା ସହ ୫୦ ଜଣ ଡ୍ରଗ ପେଡଲରଙ୍କୁ ଗିରଫ କରିଛି ଏସଟିଏଫ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।