Advertisment

‘ହୋମ୍ କ୍ୱାରେଣ୍ଟାଇନ୍‌’ରେ ରହୁଥିବା ଲୋକଙ୍କ ଘର ଆଗରେ ଲାଗିବ ଷ୍ଟିକର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ହୋମ୍ କ୍ୱାରେଣ୍ଟାଇନ୍‌’ରେ ରହୁଥିବା ଲୋକଙ୍କ ଘର ଆଗରେ ସ୍ୱତନ୍ତ୍ର ଷ୍ଟିକର ଲାଗିବ। ଏଥିରେ ସମ୍ପୃକ୍ତ ବ୍ୟକ୍ତି ଜଣକ କେଉଁ ତାରିଖରୁ କେତେ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବେ ତାହା ଉଲ୍ଲେଖ ରହିବ। ଏହାସହ ଲଗାଯାଇଥିବା ଷ୍ଟିକରରେ କ୍ୱାରେଣ୍ଟାଇନରେ ଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ, ଠିକଣା, ଘରେ ରହୁଥିବା ବ୍ୟକ୍ତିଙ୍କ ସଂଖ୍ୟାର ବିବରଣୀ ରହିବ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଯେପରି ଲୋକେ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
‘ହୋମ୍ କ୍ୱାରେଣ୍ଟାଇନ୍‌’ରେ ରହୁଥିବା ଲୋକଙ୍କ ଘର ଆଗରେ ଲାଗିବ ଷ୍ଟିକର

corona

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ହୋମ୍ କ୍ୱାରେଣ୍ଟାଇନ୍‌’ରେ ରହୁଥିବା ଲୋକଙ୍କ ଘର ଆଗରେ ସ୍ୱତନ୍ତ୍ର ଷ୍ଟିକର ଲାଗିବ। ଏଥିରେ ସମ୍ପୃକ୍ତ ବ୍ୟକ୍ତି ଜଣକ କେଉଁ ତାରିଖରୁ କେତେ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବେ ତାହା ଉଲ୍ଲେଖ ରହିବ। ଏହାସହ ଲଗାଯାଇଥିବା ଷ୍ଟିକରରେ କ୍ୱାରେଣ୍ଟାଇନରେ ଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ, ଠିକଣା, ଘରେ ରହୁଥିବା ବ୍ୟକ୍ତିଙ୍କ ସଂଖ୍ୟାର ବିବରଣୀ ରହିବ।

Advertisment

ସମ୍ପୃକ୍ତ ବ୍ୟକ୍ତିଙ୍କୁ ଯେପରି ଲୋକେ ସାମାଜିକ ବାସନ୍ଦ ନକରନ୍ତି ସେଥିପ୍ରତି ପ୍ରଶାସନ ସତର୍କ ଦୃଷ୍ଟି ରଖିବ। ଯଦି କେହି ହୋମ କ୍ୱାରେଣ୍ଟାଇନରେ ଥିବା ସମ୍ପୃକ୍ତ ବ୍ୟକ୍ତି କିମ୍ବା ତାଙ୍କ ପରିବାର ଲୋକଙ୍କୁ ସାମାଜିକ ବାସନ୍ଦ କରନ୍ତି ତା’ହେଲେ ଏହାକୁ ଦଣ୍ଡନୀୟ ଅପରାଧ ଭାବେ ଧରାଯିବ ବୋଲି ଏହି ଷ୍ଟିକରରେ ଉଲ୍ଲେଖ ରହିଛି।