Advertisment

ଖୋଲିଲା ‘ଗନ୍‌-ରାଣୀ’ର ଗହନ କାହାଣୀ, ଫେସ୍‌ବୁକ୍‌ରେ ଛାଡ଼ିଛି ଏମିତି ଫଟୋ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଖୋଲିଲା ‘ଗନ-ରାଣୀ’ ତ୍ରୀସାଙ୍କ ଗହନ କାହାଣୀ। ଯାହାକୁ ଆପଣ ଦେଖିଲେ, ସଙ୍ଗେ ସଙ୍ଗେ କହିବେ ଇଏ ବାସ୍ତବିକ ‘ଗନ୍‌-ରାଣୀ’। ନିଜ ଫେସ୍‌ବୁକ୍‌ରେ ଅପ୍‌ଲୋଡ଼ କରିଥିବା ଫଟୋ ଏବେ ଚର୍ଚ୍ଚାରେ। ଯେଉଁଥିରେ ସେ ବନ୍ଧୁକ ଧରି ପୋଜ ଦେବାର ନଜର ଆସୁଛନ୍ତି। ଏବେ ସେ ନିଜ ପ୍ରେମିକ ସହ ପୁଲିସ ଜାଲରେ ପଡ଼ିଛି। ପୁଲିସ ଗନ-ରାଣୀ ଓ ପ୍ରେମିକଙ୍କ ସମେତ ୭ ଜଣଙ୍କୁ ଗିରଫ କରିବା ସହିତ ବହୁ ମାରଣାସ୍ତ୍ର ଜବତ କରିଛି। ପୂରା ଘଟଣା […]

ଖୋଲିଲା ‘ଗନ୍‌-ରାଣୀ’ର ଗହନ କାହାଣୀ, ଫେସ୍‌ବୁକ୍‌ରେ ଛାଡ଼ିଛି ଏମିତି ଫଟୋ

gangstor

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଖୋଲିଲା ‘ଗନ-ରାଣୀ’ ତ୍ରୀସାଙ୍କ ଗହନ କାହାଣୀ। ଯାହାକୁ ଆପଣ ଦେଖିଲେ, ସଙ୍ଗେ ସଙ୍ଗେ କହିବେ ଇଏ ବାସ୍ତବିକ ‘ଗନ୍‌-ରାଣୀ’। ନିଜ ଫେସ୍‌ବୁକ୍‌ରେ ଅପ୍‌ଲୋଡ଼ କରିଥିବା ଫଟୋ ଏବେ ଚର୍ଚ୍ଚାରେ। ଯେଉଁଥିରେ ସେ ବନ୍ଧୁକ ଧରି ପୋଜ ଦେବାର ନଜର ଆସୁଛନ୍ତି। ଏବେ ସେ ନିଜ ପ୍ରେମିକ ସହ ପୁଲିସ ଜାଲରେ ପଡ଼ିଛି। ପୁଲିସ ଗନ-ରାଣୀ ଓ ପ୍ରେମିକଙ୍କ ସମେତ ୭ ଜଣଙ୍କୁ ଗିରଫ କରିବା ସହିତ ବହୁ ମାରଣାସ୍ତ୍ର ଜବତ କରିଛି।

Advertisment

ପୂରା ଘଟଣା ଏମିତି। ବାହାଘର ଶୋଭାଯାତ୍ରାକୁ ନେଇ ବଲାଙ୍ଗିର ଜିଲ୍ଲା ସଦର ଥାନାର ରାଜୀବନଗର ଅଞ୍ଚଳର ଆଲୋକ ରଞ୍ଜନ ଦାସ ଓ ଟୁନା ପାଢ଼ୀଙ୍କର ପାଟିତୁଣ୍ଡ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ ଟୁନା। କିନ୍ତୁ ସୁଯୋଗ ମିଳୁନଥିଲା।

ତେବେ ଗତ ୧ ତାରିଖ ମଧ୍ୟାହ୍ନରେ ଆଲୋକ ଓ ତାଙ୍କର ଦୁଇ ଜଣ ସାଙ୍ଗ ନଈକୁ ଗାଧୋଇବାକୁ ଯାଉଥିଲେ। ଏହି ସମୟରେ ଟୁନା ତାଙ୍କ ପ୍ରେମିକା ତ୍ରୀସା ବେହେରା ଓ ତାଙ୍କ ସାଥୀମାନେ ସଂଘବଦ୍ଧ ଭାବେ ଆଲୋକ ଏବଂ ତାଙ୍କ ସାଙ୍ଗଙ୍କୁ ଆକ୍ରମଣ କରିଥିଲେ। ଫଳରେ ଆଲୋକଙ୍କ ବାମ ପାପୁଲି କଟି ଯାଇଥିବା ବେଳେ (ଆଲୋକ) ତାଙ୍କ ସାଙ୍ଗ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଆକ୍ରମଣ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ସେମାନେ ଟାଉନ୍‌ ଅଞ୍ଚଳରେ ତ୍ରୀସାଙ୍କ ଭଡ଼ା ଘରେ ରହୁଥିଲେ।

Advertisment

publive-imageକୌଣସି ସୂତ୍ରରୁ ପୁଲିସ ଖବର ପାଇ ତ୍ରୀସା ରହୁଥିବା ଘରେ ଚଢ଼ଉ କରିଥିଲା। ସେଠାରୁ ପୁଲିସ ଟୁନା, ତ୍ରୀସା, ମୁନା ପାଢୀ, ଘାସି ବନଛୋର, ଝସକେତନ ନନ୍ଦ, ଦିଲୁ ବନଛୋରଙ୍କୁ ଗିରଫ କରିଥିବା ବେଳେ ଗୋଟିଏ ଲୁହା ଟାଙ୍ଗିଆ, ଗୋଟିଏ ଷ୍ଟିଲ ଟାଙ୍ଗିଆ, ଗୋଟିଏ ଦେଶୀ ବନ୍ଧୁକ ଓ ଚାରୋଟି ମୋବାଇଲ ଫୋନ ଜବତ କରିଥିଲା।

ପୁଲିସର କହିବା ଅନୁସାରେ, ତ୍ରୀସା ବଲାଙ୍ଗିରରେ ଅନେକ ଗ୍ୟାଙ୍ଗଷ୍ଟରଙ୍କ ସହିତ ସମ୍ପର୍କ ରଖିଥିଲା। ସେ ଗ୍ୟାଙ୍ଗର ନେତୃତ୍ୱ ନେଉଥିଲା। ସେଥିରୁ ଯାହା ଉପାର୍ଜନ ହେଉଥିଲା, ସେଥିରେ ଅୟସ୍‌ କରୁଥିଲା ଏବଂ ଟୁନାଙ୍କୁ ମଧ୍ୟ ପ୍ରେମ କରୁଥିଲା।

publive-imageସୂଚନାରୁ ପ୍ରକାଶ, ବଲାଙ୍ଗିର ଓ ଆଖପାଖ ଅଞ୍ଚଳରେ ରାସ୍ତାରେ ଯାଉଥିବା ଲୋକଙ୍କୁ ବନ୍ଧୁକ ଦେଖାଇ ଜଣେ ଯୁବତୀ ଲୁଟ୍‌ କରୁଥିବା ନେଇ ଆଲୋଚନା ହେଉଥିଲା। ମାତ୍ର ପ୍ରମାଣ ଅଭାବରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ତ୍ରୀସାଙ୍କ ବନ୍ଧୁକ ଧରିବା ଫଟୋ ସାମ୍ନାକୁ ଆସିବା ପରେ ପୁଲିସ ସେହି ନିଗରେ ତଦନ୍ତ କରୁଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe