Advertisment

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଜବ ନୀତି: ପାଖରେ ପଡ଼ିରହିଛି ଟଙ୍କା, ତଥାପି ଅନ୍ୟକୁ ମାଗୁଛନ୍ତି ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ୫୦୦ କୋଟିରୁ ଅଧିକ ଟଙ୍କା ପଡ଼ି ରହିଛି। ଏହି ଅର୍ଥକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଖର୍ଚ୍ଚ କରିପାରିନାହାନ୍ତି। ଟଙ୍କା ପଡ଼ି ରହିଥିଲେ ହେଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଭିତ୍ତିଭୂମି ବିକାଶ ଲାଗି ଅନ୍ୟ ସଂସ୍ଥାକୁ ସହାୟତା ମାଗୁଛନ୍ତି। ଏକଥା ଜଣାପଡ଼ିବା ପରେ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଛି। ଏଥିସହ ବିଶ୍ୱବିଦ୍ୟାଳୟର ଏଭଳି ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ […]

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଜବ ନୀତି: ପାଖରେ ପଡ଼ିରହିଛି ଟଙ୍କା, ତଥାପି ଅନ୍ୟକୁ ମାଗୁଛନ୍ତି ସହାୟତା

univercity

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ୫୦୦ କୋଟିରୁ ଅଧିକ ଟଙ୍କା ପଡ଼ି ରହିଛି। ଏହି ଅର୍ଥକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଖର୍ଚ୍ଚ କରିପାରିନାହାନ୍ତି। ଟଙ୍କା ପଡ଼ି ରହିଥିଲେ ହେଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଭିତ୍ତିଭୂମି ବିକାଶ ଲାଗି ଅନ୍ୟ ସଂସ୍ଥାକୁ ସହାୟତା ମାଗୁଛନ୍ତି।

Advertisment

ଏକଥା ଜଣାପଡ଼ିବା ପରେ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଛି। ଏଥିସହ ବିଶ୍ୱବିଦ୍ୟାଳୟର ଏଭଳି ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର। ଏନେଇ ସେ କୁଳପତିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

ଚିଠିରେ ଶ୍ରୀ ମିଶ୍ର କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ସାମଗ୍ରୀକ ବିକାଶ ପାଇଁ ରାଜ୍ୟ ସରକାର ନିୟମିତ ଭାବେ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଛନ୍ତି। ତେଣୁ ଅନ୍ୟମାନଙ୍କ ଠାରୁ କାହିଁକି ସହାୟତା ମଗାଯାଉଛି? ଅନ୍ୟକୁ ଅର୍ଥ ମାଗିବା ଅପେକ୍ଷା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ପାଖରେ ପଡ଼ି ରହିଥିବା ଅର୍ଥକୁ ଉପଯୋଗ କରନ୍ତୁ। ପଡ଼ି ରହିଥିବା ଟଙ୍କାକୁ ଖର୍ଚ୍ଚ କରିବା ପାଇଁ ଶ୍ରୀ ମିଶ୍ର ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି।

Advertisment

ଭୂତତ୍ତ୍ୱ ବିଭାଗର ବିକାଶ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡ଼ିଶା ମାଇନିଂ କର୍ପୋରେସନ ବା ଓଏମସିକୁ ଆର୍ଥିକ ସହାୟତା ମଗାଯାଇଥିଲା। ଏକକାଳୀନ ଭାବେ ୧୦ କୋଟି ଓ ଆସନ୍ତା ୧୦ ବର୍ଷ ପାଇଁ ବାର୍ଷିକ ୨ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ପ୍ରସ୍ତାବ ଉପରେ ଓଏମସି ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା। ଏ ଦିଗରେ କେଣସି ଅର୍ଥ ଦିଆଯାଇଛି କି ନାହିଁ ସେକଥା ଜାଣିବାକୁ ଚାହିଁଥିଲେ ଓଏମସି କର୍ତ୍ତୃପକ୍ଷ।

ଏହାପରେ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ସହାୟତାର ହାତ ବଢ଼ାଉଛନ୍ତି। ବିଶ୍ୱବିଦ୍ୟାଳୟ ପାଖରେ ମହଜୁଦ ଥିବା ଅର୍ଥକୁ ବ୍ୟବହାର କରି କର୍ତ୍ତୃପକ୍ଷ ଭୂତତ୍ତ୍ୱ ବିଭାଗର ବିକାଶ ସହଜରେ କରିପାରିବେ। ଏବେ ବିଶ୍ୱବିଦ୍ୟାଳୟ ପାଖରେ ପ୍ରାୟ ୫ଶହ କୋଟି ଟଙ୍କା ମହଜୁଦ ରହିଛି।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓଏମସି କିମ୍ବା ଅନ୍ୟ କୌଣସି ସଂସ୍ଥାକୁ ଆର୍ଥିକ ସହାୟତା ମାଗିବା ଠିକ୍ ନୁହେଁ। ସରକାର ଉତ୍କଳ ବିଶ୍ଵ ବିଦ୍ୟାଳୟର ଏହି ଆବେଦନକୁ ଅନୁମତି ବର୍ତ୍ତମାନ ଦେଇପାରିବେ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳପତିଙ୍କୁ କୁହାଯାଇଛି। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ଏଯାଏ ଦେଇନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe