Advertisment

ପ୍ରମିଳାଙ୍କୁ ନିର୍ବାଚନ କମିଶନଙ୍କ ଛାଟ, କାଲି ଠାରୁ ପ୍ରଚାର କରିପାରିବେନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ମହଙ୍ଗା ପଡ଼ିଲା। ଆସନ୍ତା ୪୮ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିପାରିବେନି ପ୍ରମିଳା। ଆଜି ପ୍ରମିଳାଙ୍କ ଉପରେ ଏମିତି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଆସନ୍ତାକାଲି ଦିନ ୧୦ଟା ପରଠୁ ତାଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି। ପ୍ରମିଳା ଆସନ୍ତାକାଲି ସକାଳ ୧୦ଟା ପରଠାରୁ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ। ଏପରିକି ସେ […]

ଅଦ୍ୟତନ ହୋଇଛି
ମନ୍ତ୍ରୀ ଇସ୍ତଫା ଦେଇଦେଲେ ସବୁକିଛି ସମାଧାନ ହୋଇଯିବ କି?

pramila-mallick

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ମହଙ୍ଗା ପଡ଼ିଲା। ଆସନ୍ତା ୪୮ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିପାରିବେନି ପ୍ରମିଳା। ଆଜି ପ୍ରମିଳାଙ୍କ ଉପରେ ଏମିତି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଆସନ୍ତାକାଲି ଦିନ ୧୦ଟା ପରଠୁ ତାଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି।

Advertisment

ପ୍ରମିଳା ଆସନ୍ତାକାଲି ସକାଳ ୧୦ଟା ପରଠାରୁ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ। ଏପରିକି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ ଯାଜପୁର ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି।

କିଛି ଦିନ ତଳେ ବିଞ୍ଝାରପୁର ଅଳକୁଣ୍ଡ ପଞ୍ଚାୟତରେ ନିର୍ବାଚନ ପ୍ରଚାରରେ ଯାଇ ଶାସକ ଦଳର ପ୍ରାର୍ଥୀଙ୍କୁ ଭୋଟ ନଦେଲେ କୌଣସି ସରକାରୀ ଯୋଜନାରୁ ବଞ୍ଚିତ ହେଲେ କହିବନି ବୋଲି ପ୍ରମିଳା କହିଥିଲେ। ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଭାଇରାଲ୍ ଭିଡିଓ ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୀଷଣ ରାଗିଯାଇଥିଲେ। ଏପରିକି କିଛି ବ୍ୟକ୍ତି ଗତ ଶୁକ୍ରବାର ଦିନ ପ୍ରଚାରବେଳେ କଳାପତାକା ମଧ୍ୟ ଦେଖାଇଥିଲେ।

Advertisment

ପ୍ରମିଳାଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନର ତାଙ୍କ ଠାରୁ ଶୋ’ କଜ୍ ନୋଟିସ ମାଗିଥିଲେ। ଏହାର ତର୍ଜମା ପରେ ରାଜ୍ୟ ନିର୍ବାଚନ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Local Issue Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe