Advertisment

କରୋନା: ଅବହେଳାକାରୀଙ୍କ ବିରୁଦ୍ଧରେ ଲାଗିବ କଠୋର ଦଫା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା ଭାଇରସ’କୁ ଓଡ଼ିଶା ସରକାର ‘ରାଜ୍ୟ ବିପର୍ଯ୍ୟୟ’ ଭାବେ ଘୋଷଣା କରି ଆବଶ୍ୟକ ପଦକ୍ଷେପ ନେଉଥିବା ବେଳେ ଓଡ଼ିଶା ପୁଲିସ୍ ଏହାର ଅବହେଳାକାରୀଙ୍କ ବିରୁଦ୍ଧରେ କଠୋର ଦଫାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟମ ଆରମ୍ଭ କରିଛି। ପୁଲିସ ଡିଜି ଅଭୟ ଆଜି ସମସ୍ତ ଜିଲ୍ଲା ଏସପି ଓ ଟ୍ୱିନସିଟିର ଦୁଇ ଡିସିପିଙ୍କୁ ଚିଠି ଲେଖି କରୋନା ବ୍ୟାପିବାକୁ ନେଇ ଅବହେଳା ପ୍ରଦର୍ଶନ ଓ ମନ୍ଦ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇନ […]

‘ଥାନାକୁ ନଯାଇ ଫୋନ୍‌ରେ କରିହେବ ଅଭିଯୋଗ’

abhaya

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା ଭାଇରସ’କୁ ଓଡ଼ିଶା ସରକାର ‘ରାଜ୍ୟ ବିପର୍ଯ୍ୟୟ’ ଭାବେ ଘୋଷଣା କରି ଆବଶ୍ୟକ ପଦକ୍ଷେପ ନେଉଥିବା ବେଳେ ଓଡ଼ିଶା ପୁଲିସ୍ ଏହାର ଅବହେଳାକାରୀଙ୍କ ବିରୁଦ୍ଧରେ କଠୋର ଦଫାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟମ ଆରମ୍ଭ କରିଛି।

Advertisment

ପୁଲିସ ଡିଜି ଅଭୟ ଆଜି ସମସ୍ତ ଜିଲ୍ଲା ଏସପି ଓ ଟ୍ୱିନସିଟିର ଦୁଇ ଡିସିପିଙ୍କୁ ଚିଠି ଲେଖି କରୋନା ବ୍ୟାପିବାକୁ ନେଇ ଅବହେଳା ପ୍ରଦର୍ଶନ ଓ ମନ୍ଦ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଭାଇରସ୍ ବ୍ୟାପିବାକୁ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ଉଲ୍ଲଘଂନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଜିଲ୍ଲା ଏସପିମାନଙ୍କୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ କରୋନା ଭାଇରସ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇପିସିର ଧାରା-୨୬୯,୨୭୦,୨୭୧, ଓଡ଼ିଶା ଅର୍ବାନ ପୁଲିସ ଆକ୍ଟର ଧାରା ୩୫ ଓ ମହାମାରୀ ଆଇନ-୧୮୯୭ ଅନ୍ତର୍ଗତ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe