Advertisment

ଧନୁତୀର ଧରି ରାସ୍ତାକୁ ଓହ୍ଲାଇଲେ, କହିଲେ-ବିଦ୍ୟୁତ୍‌ ସଂଯୋଗ ଦିଅ, ନଚେତ...

ଉଦଳା(ମାନସ ପାଣି): ‘୩ ବର୍ଷ ହେବ  ଆମ ଘର କାନ୍ଥରେ ବିଦ୍ୟୁତ୍‌ ସାମଗ୍ରୀ ବାଡ଼େଇ ଦେଇ ପଳାଇଛନ୍ତି। ତା’ ପରେ ଆଉ ସେମାନଙ୍କ ଦେଖା ନାହିଁ । ୩ ବର୍ଷ ହେଲାଣି ଆମେ ବିନା ଲାଇନ୍‌ରେ ଅତି ଦୁର୍ବିସହ ଜୀବନ କାଟୁଛି। ତେଣୁ ତୁରନ୍ତ ଆମକୁ ବିଦ୍ୟୁତ୍‌ ସଂଯୋଗ ଯୋଗାଇଦିଅ, ନଚେତ ରାସ୍ତାରୁ ହଟିବୁନି।’ ଏପରି ଦାବି ନେଇ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସାଗର ସାହି ଗ୍ରାମର ୨୫ରୁ  ଉର୍ଦ୍ଧ୍ୱ ପରିବାର ଆଜି ସକାଳୁ ପାରମ୍ପରିକ […]

ଅଦ୍ୟତନ ହୋଇଛି
ଧନୁତୀର ଧରି ରାସ୍ତାକୁ ଓହ୍ଲାଇଲେ, କହିଲେ-ବିଦ୍ୟୁତ୍‌ ସଂଯୋଗ ଦିଅ, ନଚେତ...

strike

Advertisment

ଉଦଳା(ମାନସ ପାଣି): ‘୩ ବର୍ଷ ହେବ  ଆମ ଘର କାନ୍ଥରେ ବିଦ୍ୟୁତ୍‌ ସାମଗ୍ରୀ ବାଡ଼େଇ ଦେଇ ପଳାଇଛନ୍ତି। ତା’ ପରେ ଆଉ ସେମାନଙ୍କ ଦେଖା ନାହିଁ । ୩ ବର୍ଷ ହେଲାଣି ଆମେ ବିନା ଲାଇନ୍‌ରେ ଅତି ଦୁର୍ବିସହ ଜୀବନ କାଟୁଛି। ତେଣୁ ତୁରନ୍ତ ଆମକୁ ବିଦ୍ୟୁତ୍‌ ସଂଯୋଗ ଯୋଗାଇଦିଅ, ନଚେତ ରାସ୍ତାରୁ ହଟିବୁନି।’ ଏପରି ଦାବି ନେଇ ମୟୂରଭଞ୍ଜଜିଲ୍ଲା କପ୍ତିପଦା ବ୍ଲକ ସାଗର ସାହି ଗ୍ରାମର ୨୫ରୁ  ଉର୍ଦ୍ଧ୍ୱ ପରିବାର ଆଜି ସକାଳୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ କପ୍ତିପଦା ଗୋଲେଇ ଛକ ନିକଟରେ ଥିବା ଉଦଳା - ବାଲେଶ୍ଵର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ।

Advertisment

ସାଗର ସାହି ଗ୍ରାମରେ ୨୫ରୁ ଉର୍ଦ୍ଧ୍ୱ ପରିବାର ରହୁଥିବାବେଳେ ଦୀର୍ଘ ଦିନ ହେବ ଗାଁକୁ ବିଜୁଳି ସଂଯୋଗ ହୋଇ ନାହିଁ । ଏହି ଦାବି ନେଇ ଗ୍ରାମବାସୀ ପୂର୍ବରୁ ଧାରଣା ଦେଇଥିଲେ । ଖୁବ ଶୀଘ୍ର ଗାଁରେ ବିଦ୍ୟୁତ୍ ସଂଯୋଗ ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରିଲା ନାହିଁ ।

ଗାଁର ପ୍ରତି ଘରକୁ ପ୍ରାୟ ୩ ବର୍ଷ ପୂର୍ବେ ମିଟର ଓ ସୁଇଚ ବୋର୍ଡ  ଦିଆଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ତେଣୁ ବାଧ୍ୟ ହୋଇ ସାଗର ସାହି ଗ୍ରାମବାସୀ ଆଜି ଧନୁତୀର ଓ ଅନ୍ୟ ଅସ୍ତ୍ର ଧରି ରାସ୍ତାକୁ ଓହ୍ଲାଇଛନ୍ତି। ରାସ୍ତା ଅବରୋଧ ଫଳରେ ଉଭୟ ପାର୍ଶ୍ୱରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

Advertisment

ଦାବି ପୂରଣ ନ ହେଲେ ରାସ୍ତା ରୋକ ଚାଲୁ ରହି ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଖବର ପାଇ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାଶୁଝା କରିଥିଲେ ବି ତାହା ଫଳପ୍ରଦ ହୋଇ ନାହିଁ ।

Govt. Failures
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe