Advertisment

‘ଧାନ ମଣ୍ଡି ନ ଦେଲେ ରାସ୍ତାରୁ ଉଠିବୁନି’

କଳାହାଣ୍ଡି(ରାଜ କୁମାର ସିଂଦେଓ): ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାକୁ ୨୦୮ଟି ଧାନ ମଣ୍ଡି ମିଳିଥିବା ବେଳେ ସେଥିରେ ନୂଆ ୩୨ଟି ମଣ୍ଡି ରହିଛି। ଏହାସତ୍ତ୍ୱେ ଜିଲ୍ଲାର କରଲା ମୁଣ୍ଡା ବ୍ଲକର ଗଜବହାଲ ପଞ୍ଚାୟତକୁ ଗୋଟିଏ ବି ମଣ୍ଡି ମିଳିନି। ଦୀର୍ଘ ଦିନର ଦାବି ପରେ ବି ନିରାଶ ହୋଇଥିବା ପଞ୍ଚାୟତବାସୀ ଆଜି ସକାଳୁ ରାସ୍ତାକୁ ଓହ୍ଲାଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମଦନ ପୁର-ବଲାଙ୍ଗିର ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିଦେଇଛନ୍ତି। ଚଳିତ ବର୍ଷ ଖରିଫ ଚାଷ […]

author-image
Niharika Rout
ଅଦ୍ୟତନ ହୋଇଛି
‘ଧାନ ମଣ୍ଡି ନ ଦେଲେ ରାସ୍ତାରୁ ଉଠିବୁନି’

strike

କଳାହାଣ୍ଡି(ରାଜ କୁମାର ସିଂଦେଓ): ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାକୁ ୨୦୮ଟି ଧାନ ମଣ୍ଡି ମିଳିଥିବା ବେଳେ ସେଥିରେ ନୂଆ ୩୨ଟି ମଣ୍ଡି ରହିଛି। ଏହାସତ୍ତ୍ୱେ ଜିଲ୍ଲାର କରଲା ମୁଣ୍ଡା ବ୍ଲକର ଗଜବହାଲ ପଞ୍ଚାୟତକୁ ଗୋଟିଏ ବି ମଣ୍ଡି ମିଳିନି। ଦୀର୍ଘ ଦିନର ଦାବି ପରେ ବି ନିରାଶ ହୋଇଥିବା ପଞ୍ଚାୟତବାସୀ ଆଜି ସକାଳୁ ରାସ୍ତାକୁ ଓହ୍ଲାଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମଦନ ପୁର-ବଲାଙ୍ଗିର ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିଦେଇଛନ୍ତି।

Advertisment

ଚଳିତ ବର୍ଷ ଖରିଫ ଚାଷ ପାଇଁ ଆସନ୍ତା ୨୫ତାରିଖ ରେ କଳାହାଣ୍ଡି ଜିଲ୍ଲାରେ ଧାନ ମଣ୍ଡି ଖୋଲିବାକୁ ଜିଲ୍ଲା ପ୍ରଶାସନ ତାରିଖ ଧାର୍ଯ୍ୟ କରିଛନ୍ତି  । ଜିଲ୍ଲାରେ ଗତ ବର୍ଷ ୧୭୬ଟି ମଣ୍ଡି ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟାକୁ ବଢ଼ାଇ ୨୦୮ଟି ମଣ୍ଡି କରାଯାଇଛି। ହେଲେ ସେଥରେ ଗଜବାହଲ ପଞ୍ଚାୟତ ନାଁ ନାହିଁ।

ଏହି ପଞ୍ଚାୟତ ଅଧିନରେ ୯ଟି ଗାଁର ଶତାଧିକ ଚାଷୀ ଥିବା ବେଳେ ସେମାନେ ନିଜ ଧାନ ବସ୍ତା ଧରି ୧୦ କିମି ଦୂର ବିସିଡାକୁ ଯାଉଥିବା ବେଳେ ସେଠାରେ ଶୀତ କାକରରେ ପଡ଼ି ରହୁଛନ୍ତି। ଏହାସତ୍ତ୍ୱେ ପ୍ରଶାସନ ସେମାନଙ୍କ ଦାବି ଶୁଣୁନି।

Advertisment

ତେଣୁ ଏଥିରେ ଅତିଷ୍ଠ ଶତାଧିକ ଚାଷୀ ଆଜି ସକାଳୁ ମଦନପୁରରୁ ବଲାଙ୍ଗିର ଯିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଫଳରେ ରାସ୍ତାର ୨ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଦାବି ପୂରଣ ନ ହେବା ଯାଏ ଏହି ଆନ୍ଦୋଳନ ଚାଲିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିବା ବେଳେ କେହି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବା ଜଣାଯାଇଛି।