ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ଆସନ୍ତା ୮ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ଉତ୍କଳ ସାମ୍ବାଦିକ ସଂଘ। କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ଦୁର୍ବ୍ୟବହାର ବୃଦ୍ଧି ପାଉଥିବାରୁ ଏହାକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି ସଂଘ।
ସଂଘ ପକ୍ଷରୁ କୁହାଯାଇଛି, “ସମ୍ବାଦିକଙ୍କ ସୁରକ୍ଷା ଲାଗି ମହାରାଷ୍ଟ୍ର ସରକାର ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟପାଳ ଓ ବିଭାଗୀୟ ମନ୍ତ୍ରୀଙ୍କୁ ସୁରକ୍ଷା ନେଇ ଦାବି ଜଣାଇଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛି ସଂଘ।
ସମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର ସୁନିଶ୍ଚିତ କରିବା, କାର୍ଯ୍ୟରତ ସାମ୍ବାଦିକଙ୍କ ମାସିକ ଭତ୍ତା ବାବଦକୁ ୧୦ ହଜାର ଟଙ୍କା ନିର୍ଦ୍ଧାରଣ କରିବା ପାଇଁ ଦାବି ରଖିଛି ସଂଘ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
ଗଣତାନ୍ତ୍ରିକ ପରମ୍ପରା କ୍ଷୁଣ୍ଣ ନହେଉ
ବିଧାନସଭାରେ ପ୍ରତିଦିନର କାର୍ଯ୍ୟକ୍ରମ (ରୁଲ୍ସ ଆଣ୍ଡ ବିଜିନେସ୍) ସ୍ପିକର୍ଙ୍କ ଆହ୍ୱାନକ୍ରମେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥାଏ। ସେଥିରେ ପ୍ରଶ୍ନ-ଉତ୍ତର କାଳ ନିର୍ଣ୍ଣିତ ହୋଇଥାଏ । ଏହାପରେ ବିଭିନ୍ନ ପ୍ରସଂଗକୁ ନେଇ ପ୍ରଶ୍ନ ଉତ୍ଥାପନ କରିବା ପାଇଁ ଜିରୋ ଆୱାର ବ୍ୟବସ୍ଥା ମଧ୍ୟ ଥାଏ। ଏହାପରେ ବିରୋଧୀ ଦଳ ରାଜ୍ୟରେ ଘଟୁଥିବା ଅନେକ ବିଶୃଙ୍ଖଳାକୁ ସାମ୍ନାକୁ ଆଣିବା ପାଇଁ ମୁଲତବୀ ପ୍ରସ୍ତାବ ମାନ ଦେଇଥାନ୍ତି । ଏହି ସମୟରେ ମଧ୍ୟ ସରକାରୀ ଦଳ ମୁଲତବୀ ପ୍ରସ୍ତାବ ଦେବାର ବ୍ୟବସ୍ଥା ରହିଛି।

Politics
ସୁଜାତାଙ୍କ ଭିଆରଏସ୍ : ପଣା ସଂକ୍ରାନ୍ତି ପରେ ଓଡ଼ିଶା ଛାଡ଼ିବେ ପାଣ୍ଡିଆନଙ୍କ ପରିବାର
୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଓଡ଼ିଶା ସରକାର ପ୍ରାୟ ୧୪ଦିନ ପକାଇ ରଖିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସୁଜାତାଙ୍କ ଆବେଦନ ଉପରେ ସରକାର ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

Education
ଷ୍ଟାଫ୍ ସିଲେକ୍ସନ୍ କମିଶନରୁ ହଟିନି ଦୁର୍ନୀତି ଓ ଅନିୟମିତତାର ଦାଗ !
ପିଲାଙ୍କୁ ଗ୍ରେସ ମାର୍କ ଦେବା ବାହାନାରେ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି।
Guest Column
ଜନଶୃତି କ’ଣ ଇତିହାସ ?
ବହୁ ସମୟରେ ଜନଶୃତିମାନଙ୍କୁ ଇତିହାସ ବୋଲି ଆମ ସମାଜରେ ଧରିନିଆଯାଇଛି। ଏହା ଦ୍ଵାରା ଜିଜ୍ଞାସା ବଦଳରେ ଔଲକିକତାକୁ ପୀଢି ପୀଢି ଧରି ପ୍ରକୃତ ଜ୍ଞାନ ବୋଲି ଆମର ସମାଜ ଜାଣୁଛି। ଫଳରେ, ପୁରାଣକୁ ଇତିହାସ ମନେକରି ଅନେକ ମଣିଷ ଯୁକ୍ତି କରିବା ମଧ୍ୟ ମୁଁ ଶୁଣିଛି।

Politics
ତାମିଲନାଡୁରେ ନବୀନ: କ’ଣ ଲୁଚାଇବାକୁ ଚାହୁଁଛନ୍ତି ପାଣ୍ଡିଆନ?
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ସହ କୋଏମ୍ବାଟୁର ବିମାନ ବନ୍ଦରରେ ଅବତରଣ କରିଥିବାର ଭିଡିଓ ନାଟକୀୟ ଢଙ୍ଗରେ ଓଡ଼ିଶାର ଗଣମାଧ୍ୟମକୁ ବିତରଣ କରାଯାଇଛି । କିଏ ଓ କାହିଁକି ଏଭଳି କରିଛି ତାହା ଭିନ୍ନ ପ୍ରସଙ୍ଗ ହୋଇଥିବାବେଳେ ଭିଡିଓରେ ନବୀନଙ୍କ ସହ ପାଣ୍ଡିଆନ ମଧ୍ୟ ରହିଥିବା ଦେଖିବାକୁ ମିଳିଛି ।