/odisha-reporter/media/post_attachments/uploads/2020/06/rairangpur-2-1.jpg)
rairangpur-2-1
ରାଇରଙ୍ଗପୁର( ରାଜେଶ ଶର୍ମା):ବେଆଇନ ଭାବେ ମହାସୁଲ ଆଦାୟକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ପରିବା ବ୍ୟବସାୟୀ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମ୍ୟୁନିସିପାଲିଟି ମଧ୍ୟରେ ଡେଲି ମାକେର୍ଟ ପରିସରରେ ବିଭିନ୍ନ ପ୍ଲାକାର୍ଡ ଧରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ପରିବାର ବ୍ୟବସାୟୀ ।
Advertisment
ଏହି ପରିବା ମାର୍କେଟର ଟେଣ୍ଡର ଅବଧି ମାର୍ଚ୍ଚ ୨୦୨୦ରେ ଶେଷ ହୋଇଥିଲା । ଏହା ପରେ ମଧ୍ୟ ଲକଡାଉନ୍ ସମୟରେ ମଧ୍ୟ ପରିବା ଦୋକାନୀମାନଙ୍କଠାରୁ ବେନିୟମ ଭାବେ ଓ ମନଇଚ୍ଛା ମହାସୁଲ ଆଦାୟ କରାଯାଉଥିଲା । ଏହି ଘଟଣାକୁ ନେଇ ତ୍ରିନାଥ ଡେଲି ମାକେର୍ଟ ଆସୋସିଏସନ ପକ୍ଷରୁ ଏକ ଲିଖିତ ଅଭିଯୋଗ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଛି।
ମାତ୍ର ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ପରିବା ବ୍ୟବସାୟୀ ସଂଘ ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
