ମହାସୁଲ ଆଦାୟକୁ ବିରୋଧ; ଧାରଣା ଦେଲେ ପରିବା ବ୍ୟବସାୟୀ

ରାଇରଙ୍ଗପୁର( ରାଜେଶ ଶର୍ମା):ବେଆଇନ ଭାବେ ମହାସୁଲ ଆଦାୟକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ପରିବା ବ୍ୟବସାୟୀ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମ୍ୟୁନିସିପାଲିଟି ମଧ୍ୟରେ ଡେଲି ମାକେର୍ଟ ପରିସରରେ ବିଭିନ୍ନ ପ୍ଲାକାର୍ଡ ଧରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ପରିବାର ବ୍ୟବସାୟୀ । ଏହି ପରିବା ମାର୍କେଟର ଟେଣ୍ଡର ଅବଧି ମାର୍ଚ୍ଚ ୨୦୨୦ରେ ଶେଷ ହୋଇଥିଲା । ଏହା ପରେ ମଧ୍ୟ ଲକଡାଉନ୍‌ ସମୟରେ ମଧ୍ୟ ପରିବା ଦୋକାନୀମାନଙ୍କଠାରୁ ବେନିୟମ ଭାବେ […]

rairangpur-2-1

Niharika Rout
  • Published: Thursday, 11 June 2020
  • , Updated: 11 June 2020, 01:04 PM IST

ରାଇରଙ୍ଗପୁର( ରାଜେଶ ଶର୍ମା):ବେଆଇନ ଭାବେ ମହାସୁଲ ଆଦାୟକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ପରିବା ବ୍ୟବସାୟୀ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମ୍ୟୁନିସିପାଲିଟି ମଧ୍ୟରେ ଡେଲି ମାକେର୍ଟ ପରିସରରେ ବିଭିନ୍ନ ପ୍ଲାକାର୍ଡ ଧରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ପରିବାର ବ୍ୟବସାୟୀ ।

ଏହି ପରିବା ମାର୍କେଟର ଟେଣ୍ଡର ଅବଧି ମାର୍ଚ୍ଚ ୨୦୨୦ରେ ଶେଷ ହୋଇଥିଲା । ଏହା ପରେ ମଧ୍ୟ ଲକଡାଉନ୍‌ ସମୟରେ ମଧ୍ୟ ପରିବା ଦୋକାନୀମାନଙ୍କଠାରୁ ବେନିୟମ ଭାବେ ଓ ମନଇଚ୍ଛା ମହାସୁଲ ଆଦାୟ କରାଯାଉଥିଲା । ଏହି ଘଟଣାକୁ ନେଇ ତ୍ରିନାଥ ଡେଲି ମାକେର୍ଟ ଆସୋସିଏସନ ପକ୍ଷରୁ ଏକ ଲିଖିତ ଅଭିଯୋଗ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଛି।

ମାତ୍ର ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ପରିବା ବ୍ୟବସାୟୀ ସଂଘ  ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଛି।  ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Related story