Advertisment

ରୁଚିକାଙ୍କ ପାଇଁ ରାତି ସାରା ଧାରଣା, ମା’ କହିଲେ- ନ୍ୟାୟ ନ ମିଳିବା ଯାଏ ଏଠାରେ ବସିବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମୋ ସଂସାର ଉଜୁଡ଼ିଗଲା । ମୋ ଝିଅର ଆତ୍ମହତ୍ୟା ପାଇଁ ଯେଉଁମାନେ ଦାୟୀ ପୁଲିସ୍‌ ସେମାନଙ୍କୁ ଜାଣିଶୁଣି ଗିରଫ କରୁନି। ସେମାନଙ୍କୁ ଗିରଫ ନ କରିବା ଯାଏ ଏଠାରେ ଧାରଣାରେ  ବସିବି। ନ୍ୟାୟ ନ ମିଳିବା ଯାଏ ଏଠାରେ ହିଁ ବସିବି । ’  କୋହଭରା କଣ୍ଠରେ ଏପରି କହିଛନ୍ତି ବିଜେପି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ମା’ । ଝିଅର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ତାଙ୍କ ବାପା ମା’ କଲେଜ […]

ଅଦ୍ୟତନ ହୋଇଛି
ରୁଚିକାଙ୍କ ପାଇଁ ରାତି ସାରା ଧାରଣା, ମା’ କହିଲେ- ନ୍ୟାୟ ନ ମିଳିବା ଯାଏ ଏଠାରେ ବସିବି

strike

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମୋ ସଂସାର ଉଜୁଡ଼ିଗଲା । ମୋ ଝିଅର ଆତ୍ମହତ୍ୟା ପାଇଁ ଯେଉଁମାନେ ଦାୟୀ ପୁଲିସ୍‌ ସେମାନଙ୍କୁ ଜାଣିଶୁଣି ଗିରଫ କରୁନି। ସେମାନଙ୍କୁ ଗିରଫ ନ କରିବା ଯାଏ ଏଠାରେ ଧାରଣାରେ  ବସିବି। ନ୍ୟାୟ ନ ମିଳିବା ଯାଏ ଏଠାରେ ହିଁ ବସିବି । ’  କୋହଭରା କଣ୍ଠରେ ଏପରି କହିଛନ୍ତି ବିଜେପି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ମା’ । ଝିଅର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ତାଙ୍କ ବାପା ମା’ କଲେଜ ଗେଟ୍‌ ସମ୍ମୁଖରେ ଗତକାଲି ରାତି ସାରଣା ଧାରଣାରେ ବସିଥିବା ବେଳେ ଆଲୋଚନା ପାଇଁ କେହି ବି ଘଟଣାସ୍ଥଳକୁ ଆସି ନ ଥିବା ଜଣାଯାଇଛି।

Advertisment

ବିଜେପି କଲେଜ ଛାତ୍ରୀ  ରୁଚିକା ମହାନ୍ତି ଗତ ଶନିବାର କାରୁବାକୀ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ବେଳେ ଏହାକୁ ନେଇ ଘନେଇବାରେ ଲାଗିଛି ବିବାଦ । ୩ ସିନିୟର ଛାତ୍ରୀଙ୍କ ମାନସିକ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରୁଥିବା ରୁଚିକା ନିଜ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି। ଉକ୍ତ ୩ ଛାତ୍ରୀଙ୍କୁ ଗିରଫ ସହ ଏଥିରେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ଗିରଫଦାରୀ ଦାବିରେ ଗତକାଲି ରାତି ସାରା ଧାରଣାରେ ବସିଛନ୍ତି ରୁଚିକାଙ୍କ ବାପାମା’ । ଝିଅ ଆତ୍ମହତ୍ୟା ଘଟଣାର  ସିବିଆଇ ତଦନ୍ତ ଦାବି କରିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି । ନବ ନିର୍ମାଣ ଛାତ୍ର ସଂଗଠନ ମଧ୍ୟ  ଏହି ଧାରଣାରେ ସାମିଲ ହୋଇଛି ।

ସେପଟେ ସୁଇସାଇଡ୍ ନୋଟ୍‌ରେ ଲେଖାଥିବା ୩ ସିନିୟର ଛାତ୍ରୀ କିଏ  ତାକୁ ନେଇ ଉଠିଛି ପ୍ରଶ୍ନ  । ପୁଲିସ୍‌ ସବୁ ଜାଣି ବି କ୍ତ ୩ ଛାତ୍ରୀଙ୍କୁ ଗିରଫ କରୁନି ବୋଲି ଅଭିଯୋଗ ଆଣିଛନ୍ତି ରୁଚିକାଙ୍କ ମା’ । ସେମାନଙ୍କୁ ଗିରଫ କରିବା ସହ ଏଥିରେ ସମ୍ପୃକ୍ତ  କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଗିରଫ କରିବାକୁ ସେମାନେ ନିଜ ଦାବିରେ ଅଡ଼ି ବସିଛନ୍ତି । ଯେଉଁ ପର୍ଯ୍ୟନ୍ତ ସେହି ୩ ସିନିଅରଙ୍କୁ ଗିରଫ କରାଯାଇନି, ସେପର୍ଯ୍ୟନ୍ତ  ଏଠାରୁ ଉଠିବେ ନାହିଁ ବୋଲି ରୁଚିକାଙ୍କ ମା’ କହିଛନ୍ତି ।

Advertisment

ଏନେଇ ରୁଚିକାଙ୍କ ବାପା କହିଛନ୍ତି, କଲେଜର ଫେୟାରୱେଲ ଫଙ୍କସନ୍‌କୁ ନେଇ ୩  ସିନିୟର ଛାତ୍ରୀ ଗାଳିଗୁଲଜ କରୁଥିବା ନେଇ ଝିଅ ପ୍ରାୟ ୨ ମାସ ପୂର୍ବେ ତା’  ମା’କୁ କହିଥିଲା। ହେଲେ ସବୁ ସହିନେବାକୁ ତା’ ମା’ ତାକୁ କହିଥିଲା। ଏ ଘଟଣା ମୋ ନଜରକୁ ଆସି ନ ଥିଲା।  ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ, ଯେପରି ଭବିଷ୍ୟତରେ  ଆଉ କୌଣସି ଅଭିଭାବକ ନିଜ ସନ୍ତାନଙ୍କୁ ହରାଇବାର କଷ୍ଟ ନ ପାଆନ୍ତୁ।

ସୂଚନାଯୋଗ୍ୟ,  ଭୁବନେଶ୍ୱର ଜୋନ-୪ ଏସିପି ପରେଶ କୁମାର ରାଉତଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଟିମ୍‌ରେ ବଡ଼ଗଡ଼ ଥାନାଧିକାରୀ ଏବଂ ଜଣେ ସବଇନ୍ସପେକ୍ଟର ରହିଛନ୍ତି। ହଷ୍ଟେଲର ସମସ୍ତ ୧୩୪ ଜଣ ଛାତ୍ରୀଙ୍କୁ ପଚରାଉଚରା କରାଯାଉଛି। ହଷ୍ଟେଲ ଓ୍ୱାର୍ଡେନ୍, ସୁପରିଟେଣ୍ଡେଣ୍ଟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି।

Raging Bjb College Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe