Advertisment

ସହପାଠୀଙ୍କୁ ଉଲଗ୍ନ କରି ଦେଇଥିଲେ ନିର୍ଯାତନା, ବିଦା ହେଲେ ୮ ଛାତ୍ର

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସହପାଠୀଙ୍କୁ ଉଲଗ୍ନ କରି ନିର୍ଯାତନା ଦେବା ଅଭିଯୋଗରେ ୮ଜଣ ଛାତ୍ରଙ୍କୁ ବହିଷ୍କାର କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଏଭଳି ଘଟଣା ଘଟିଛି  ସମ୍ବଲପୁର ଶାସନ ଅଞ୍ଚଳରେ ଥିବା ଏକ ଘରୋଇ ଆବାସିକ ସ୍କୁଲର ଛାତ୍ରାବାସରେ। ଛାତ୍ରାବାସ ଦାୟିତ୍ୱରେ ଥିବା ୱାଡେନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ଅଭିଯୋଗ ଅନୁସାରେ, ସଂପୃକ୍ତ ଛାତ୍ର ଜଣଙ୍କ ଛାତ୍ରାବାସରେ ରହୁଥିଲେ। ସେ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ଗତ ୧୭ ତାରିଖ ଦିନ ରାତିରେ  ପାଖ […]

ଅଦ୍ୟତନ ହୋଇଛି
ସହପାଠୀଙ୍କୁ ଉଲଗ୍ନ କରି ଦେଇଥିଲେ ନିର୍ଯାତନା, ବିଦା ହେଲେ ୮ ଛାତ୍ର

ragging

Advertisment

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସହପାଠୀଙ୍କୁ ଉଲଗ୍ନ କରି ନିର୍ଯାତନା ଦେବା ଅଭିଯୋଗରେ ୮ଜଣ ଛାତ୍ରଙ୍କୁ ବହିଷ୍କାର କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଏଭଳି ଘଟଣା ଘଟିଛି  ସମ୍ବଲପୁରଶାସନ ଅଞ୍ଚଳରେ ଥିବା ଏକ ଘରୋଇ ଆବାସିକ ସ୍କୁଲର ଛାତ୍ରାବାସରେ। ଛାତ୍ରାବାସ ଦାୟିତ୍ୱରେ ଥିବା ୱାଡେନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।

Advertisment

ଅଭିଯୋଗ ଅନୁସାରେ, ସଂପୃକ୍ତ ଛାତ୍ର ଜଣଙ୍କ ଛାତ୍ରାବାସରେ ରହୁଥିଲେ। ସେ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ଗତ ୧୭ ତାରିଖ ଦିନ ରାତିରେ  ପାଖ ରୁମ୍‌ର କିଛି ସହପାଠୀ ତାଙ୍କୁ ରୁମ୍‌କୁ ଡାକିଥିଲେ। ପରେ ଛାତ୍ରଙ୍କୁ ତାଙ୍କ ସହପାଠୀମାନେ ଉଲଗ୍ନ କରି ହାତ ଗୋଡ଼କୁ ଦୌଡି ଓ ଗାମୁଛାରେ ବାନ୍ଧି ଦେଇଥିଲେ। ଏହାପରେ ସେମାନେ ଛାତ୍ରଙ୍କୁ ପ୍ରବଳ ମାଡ଼ ମାରିଥିଲେ।

ଏ ନେଇ ଛାତ୍ର ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିକଟରେ ସଂପୃକ୍ତ ଛାତ୍ରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗତକାଲି ଅଭିଯୋଗ କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଜାଣିବା ପରେ ୮ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରିଥିଲେ। ମାଡ଼ ମାରିଥିବା ୨ଜଣ ଛାତ୍ର ଓ ଉପସ୍ଥିତ ଥିବା ୬ ଛାତ୍ରଙ୍କୁ ବହିଷ୍କାର କରାଯାଇଥିବା ଜଣାଯାଇଛି।

Advertisment
Assault
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe