/odisha-reporter/media/post_attachments/uploads/2022/03/Untitled-1-54.jpg)
Niger's campus
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳର ନାଇଜର କ୍ୟାମ୍ପସ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ଛାତ୍ରୀ ଜଣଙ୍କ ହେଲେ ପୂଜା ଜେଠଓ୍ୱାନୀ। ତାଙ୍କ ଘର ଛତିଶଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ନାଇଜରର ଫିଜିକ୍ସ ବିଭାଗର ୫ମ ବର୍ଷରେ ପାଠ ପଢୁଥିଲେ। ତାଙ୍କ ପାଖରୁ ଏକ ଡାଏରୀ ଜବତ କରିଛି ପୁଲିସ। ଆଜି ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଏହି ଅଘଟଣ ଘଟିଥିବା ଜଣାଯାଇଛି।
Advertisment
ତେବେ ଛାତ୍ରୀ ଜଣଙ୍କର ନାଇଜର କ୍ୟାମ୍ପସ ଛାତରୁ ଖସି ମୃତ୍ୟୁ ଘଟିଥିବା ବେଳେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଛାତ୍ରୀ ଜଣକ ମାନସିକ ଚାପରେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ପରେ ଘଟଣାର ସତ୍ୟାସତ ଜଣାପଡ଼ିବ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
