Advertisment

ଛାତରୁ ଡେଇଁ ନାଇଜର ଛାତ୍ରୀଙ୍କ ଆତ୍ମହତ୍ୟା!

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳର ନାଇଜର କ୍ୟାମ୍ପସ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା କୁହାଯାଉଛି।  ମୃତ ଛାତ୍ରୀ ଜଣଙ୍କ ହେଲେ ପୂଜା ଜେଠଓ୍ୱାନୀ।  ତାଙ୍କ ଘର ଛତିଶଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ନାଇଜରର ଫିଜିକ୍ସ ବିଭାଗର ୫ମ ବର୍ଷରେ ପାଠ ପଢୁଥିଲେ। ତାଙ୍କ ପାଖରୁ ଏକ ଡାଏରୀ ଜବତ କରିଛି ପୁଲିସ। ଆଜି ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଏହି  ଅଘଟଣ ଘଟିଥିବା ଜଣାଯାଇଛି। ତେବେ ଛାତ୍ରୀ […]

ଅଦ୍ୟତନ ହୋଇଛି
ଛାତରୁ ଡେଇଁ ନାଇଜର ଛାତ୍ରୀଙ୍କ ଆତ୍ମହତ୍ୟା!

Niger's campus

Advertisment

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳର ନାଇଜର କ୍ୟାମ୍ପସ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା କୁହାଯାଉଛି।  ମୃତ ଛାତ୍ରୀ ଜଣଙ୍କ ହେଲେ ପୂଜା ଜେଠଓ୍ୱାନୀ।  ତାଙ୍କ ଘର ଛତିଶଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ନାଇଜରର ଫିଜିକ୍ସ ବିଭାଗର ୫ମ ବର୍ଷରେ ପାଠ ପଢୁଥିଲେ। ତାଙ୍କ ପାଖରୁ ଏକ ଡାଏରୀ ଜବତ କରିଛି ପୁଲିସ। ଆଜି ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଏହି  ଅଘଟଣ ଘଟିଥିବା ଜଣାଯାଇଛି।

Advertisment

ତେବେ ଛାତ୍ରୀ ଜଣଙ୍କର ନାଇଜର କ୍ୟାମ୍ପସ ଛାତରୁ  ଖସି ମୃତ୍ୟୁ ଘଟିଥିବା ବେଳେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଛାତ୍ରୀ ଜଣକ ମାନସିକ ଚାପରେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ତଦନ୍ତ ପରେ  ଘଟଣାର ସତ୍ୟାସତ ଜଣାପଡ଼ିବ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe