ବିସ୍କୁଟ ଖାଇ ସ୍କୁଲକୁ ଫେରିଲେ ପିଲେ, ଛୁଟିରେ ଗଲେ ପ୍ରଧାନଶିକ୍ଷୟିତ୍ରୀ

ବାରିପଦା (ମାଣିକଲାଲ ପାଣି): ପିଲାମାନେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବା ପାଇଁ ଆସୁଥିଲେ। ହେଲେ ଅଧା ରାସ୍ତାରେ ସେମାନଙ୍କୁ ଅଟକାଇଲା ପ୍ରଶାସନ। ଗୁହାରୀ ଶୁଣିଲେ, ପିଲାମାନଙ୍କୁ ବିସ୍କୁଟ ଖାଇବାକୁ ଦେଲେ ଓ ପାଣି ପିଇବାକୁ ଦେଲେ। ପରେ ପିଲାମାନେ ସ୍କୁଲକୁ ଫେରିଲେ। ସେପଟେ ଅନିର୍ଦ୍ଦିଷ୍ଟକାଳ ପାଇଁ ଛୁଟିରେ ଗଲେ ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ। ଶୁଳିଆପଦା ବ୍ଲକର ପଥରନେସା ଗାଁରେ ରହିଛି ଆଶ୍ରମ ସ୍କୁଲ୍। ଏଠାରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ରହିଛି। ୨୫୦ରୁ ଅଧିକ ପିଲା ପାଠ […]

Baripada

Baripada

Manoranjan Sial
  • Published: Tuesday, 13 September 2022
  • Updated: 13 September 2022, 09:04 PM IST

ବାରିପଦା (ମାଣିକଲାଲ ପାଣି): ପିଲାମାନେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବା ପାଇଁ ଆସୁଥିଲେ। ହେଲେ ଅଧା ରାସ୍ତାରେ ସେମାନଙ୍କୁ ଅଟକାଇଲା ପ୍ରଶାସନ। ଗୁହାରୀ ଶୁଣିଲେ, ପିଲାମାନଙ୍କୁ ବିସ୍କୁଟ ଖାଇବାକୁ ଦେଲେ ଓ ପାଣି ପିଇବାକୁ ଦେଲେ। ପରେ ପିଲାମାନେ ସ୍କୁଲକୁ ଫେରିଲେ। ସେପଟେ ଅନିର୍ଦ୍ଦିଷ୍ଟକାଳ ପାଇଁ ଛୁଟିରେ ଗଲେ ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ।

ଶୁଳିଆପଦା ବ୍ଲକର ପଥରନେସା ଗାଁରେ ରହିଛି ଆଶ୍ରମ ସ୍କୁଲ୍। ଏଠାରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ରହିଛି। ୨୫୦ରୁ ଅଧିକ ପିଲା ପାଠ ପଢ଼ୁଛନ୍ତି। ହେଲେ ଏଠାରେ କାର୍ଯ୍ୟରତ ପ୍ରଧାନଶିକ୍ଷୟିତ୍ରୀ ରଶ୍ମୀତା ଜେନାଙ୍କ ନାଁରେ ପିଲାମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଠିକ୍‌ରେ କେୟାର ନେଉନଥିବା ଅଭିଯୋଗ କରିଛନ୍ତି। ପ୍ରତି ସପ୍ତାହ ନଡିଆ ତେଲ ଓ ସର୍ଫ ଦେଉନାହାନ୍ତି। ଖାଇବାକୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ପିଲାମାନେ ଅଭିଯୋଗ କରିଛନ୍ତି।

ପିଲାମାନଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଯାଉଥିଲେ ମଧ୍ୟ ପ୍ରଧାନଶିକ୍ଷୟିତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏହାର ପ୍ରତିବାଦରେ ଆଜି ତାତିଛନ୍ତି ଛାତ୍ରଛାତ୍ରୀ। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପାଖରେ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ୫୦ରୁ ଅଧିକ ଛାତ୍ରଛାତ୍ରୀ ଆଜି ସକାଳେ ବାହାରିଥିଲେ। ପିଲାମାନେ ଆଶ୍ରମ ସ୍କୁଲ ବାହାରି ବାରିପଦା ଅଭିଯୋଗ ଯାଉଥିଲେ।

ତେବେ ସ୍କୁଲଠାରୁ ୭ କିମି ଦୂର ଗଲା ପରେ ଫାନିଆ ନିକଟରେ ପିଲାମାନଙ୍କୁ ଅଟକାଇଥିଲା ପ୍ରଶାସନ। ପିଲାମାନଙ୍କ କଥା ବୁଝିବା ପାଇଁ ପୂରା ପ୍ରଶାସନ ରାସ୍ତାକୁ ପଳାଇ ଆସି ଥିଲା। ଫାନିଆ ନିକଟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ(DWO) ସୁନାରାମ ସିଂ, ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବସନ୍ତ ସେଠୀ, ବାରିପଦା ଏସ୍‌ଡିପିଓ କେ.କେ ହରିପ୍ରସାଦ, ବିଡିଓ ପରୀକ୍ଷିତ ଜେନା ପ୍ରମୁଖ ପହଞ୍ଚିଥିଲେ। ପିଲାମାନଙ୍କୁ ବିସ୍କୁଟ ଓ ପାଣି ପିଇବାକୁ ଦେଇ ବୁଝାଇଥିଲେ। ସବୁ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ପିଲାମାନଙ୍କୁ ଅଟୋରେ ନିଆଯାଇ ସ୍କୁଲରେ ଛଡ଼ା ଯାଇଛି। ପିଲାମାନେ ସ୍କୁଲରେ ପହଞ୍ଚିବା ପୂର୍ବରୁ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଛୁଟିରେ ଯିବାକୁ କୁହାଯାଇଛି।

ସପ୍ତାହେ ତଳେ ବାଙ୍ଗିରିପୋଷିରେ ଏକ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ପିଲାମାନେ ସମାନ ଅଭିଯୋଗ ନେଇ ଚାଲି ଚାଲି ଆସୁଥିଲେ। ଅଧା ରାସ୍ତାରୁ ପିଲାମାନଙ୍କୁ ପ୍ରଶାସନ ଫେରାଇ ନେଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos