Advertisment

ପୁଲିସ୍‌ ଉପରେ ଅଣ୍ଡା ଓ ଟମାଟୋ ମାଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଟିକୋଟି ଟଙ୍କା ହଡ଼ପକାରୀ ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ସହ ମେୟର ଅନନ୍ତ ନାରାୟଣ ଜେନା, ଛାତ୍ରନେତା ଚିନ୍ମୟ ସାହୁ ତଥା  ବିଜେଡିର ଅନେକ ପ୍ରଭାବଶାଳୀ ନେତାଙ୍କ ଭିତିରି ସମ୍ପର୍କର ଖୋଳତାଡ଼ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ ହୋଇଥିଲା। ତେବେ ଶିଶୁ ଭବନ ଛକରେ ପୁଲିସ ଛାତ୍ର କଂଗ୍ରେସ ନେତା ଓ କର୍ମୀଙ୍କୁ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପୁଲିସ୍‌ ଉପରେ ଅଣ୍ଡା ଓ ଟମାଟୋ ମାଡ଼

congress

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଟିକୋଟି ଟଙ୍କା ହଡ଼ପକାରୀ ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ସହ ମେୟର ଅନନ୍ତ ନାରାୟଣ ଜେନା, ଛାତ୍ରନେତା ଚିନ୍ମୟ ସାହୁ ତଥା  ବିଜେଡିର ଅନେକ ପ୍ରଭାବଶାଳୀ ନେତାଙ୍କ ଭିତିରି ସମ୍ପର୍କର ଖୋଳତାଡ଼ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ ହୋଇଥିଲା। ତେବେ ଶିଶୁ ଭବନ ଛକରେ ପୁଲିସ ଛାତ୍ର କଂଗ୍ରେସ ନେତା ଓ କର୍ମୀଙ୍କୁ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ଫଳରେ ବେଶ କିଛି ସମୟ ପାଇଁ ଶିଶୁଭବନ ଛକରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଏପଟେ ଗୋଲଡେନ ବାବାଙ୍କ ସହ ସମ୍ପର୍କ ନେଇ ଛାତ୍ର କଂଗ୍ରେସର ଅଭିଯୋଗକୁ ବିଜେଡି ନେତା ଚିନ୍ମୟ ସାହୁ ଖଣ୍ଡନ କରିଛନ୍ତି।

congressଘଟଣାର ତୀବ୍ର ନିନ୍ଦା କଳା କଂଗ୍ରେସ

ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରୀ,ମେୟର ଓ ଅନ୍ୟ ନେତାଙ୍କ ସୁରକ୍ଷା କବଚ ସାଜି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରୁଥିବା ଛାତ୍ର କଂଗ୍ରେସ  କର୍ମୀ-ନେତାଙ୍କ ଉପରେ ପୁଲିସ ଆକ୍ରମଣ କରିଥିଲା ବୋଲି ଅଭିଯୋଗ ହୋଇଛି। ପୋଲିସର ଆଚରଣ ଏବଂ ଉଚ୍ଚାରଣରୁ ପ୍ରକୃତରେ କମିଶନରେଟ ପୋଲିସର ମୁଖା ଖୋଲିଗଲା ବୋଲି କଂଗ୍ରେସ ଅଭିଯୋଗ କରିଛି। କୌଣସି ବିଶୃଙ୍ଖଳା ବା ପରିସ୍ଥିତି ଅଣାଯତ୍ତ ନଥିଲାବେଳେ ପୋଲିସ୍ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛାତ୍ର କଂଗ୍ରେସର ଇତିଶ୍ ପ୍ରଧାନଙ୍କ ସହ ଆଦିତ୍ୟ ପ୍ରିତମ ଦାସ, ବିପ୍ଲବ ପରିଡ଼ା, ଅକ୍ଷୟ କୁମାର ମଲ୍ଲ, ବିଶ୍ୱରଞ୍ଜନ ପାଣିଗ୍ରାହୀ, ଅହମ୍ମଦ ଖାନଙ୍କ ଭଳି ଆଗଧାଡ଼ିର ୬ଜଣ କର୍ମକର୍ତ୍ତାଙ୍କୁ ଗିରଫ କରି ଜେଲ ପଠାଇଛି।

Advertisment

congressଗଣତାନ୍ତ୍ରିକ ପଦ୍ଧତିରେ ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକମାନଙ୍କର କଣ୍ଠରୋଧ କରାଯାଇଥିବାରୁ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି।

ଛାତ୍ର କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଯଥେଷ୍ଟ ସମୟ ଏବଂ ପ୍ରମାଣ ଦେଇଥିଲେ ମଧ୍ୟ  ସରକାର ଦୋଷୀ ନେତୃବୃନ୍ଦଙ୍କୁ ଘଣ୍ଟ ଘୋଡ଼ାଇ ବସିଗଲେ। ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସିଧାସଳଖ ସରକାରଙ୍କ ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ସରକାର ପୋଲିସ୍ ବାହିନୀକୁ ଲଗାଇ ଦମନ କରିବା କାର୍ଯ୍ୟକୁ ନାପସନ୍ଦ କରିବା ସଙ୍ଗେ ସଙ୍ଗେ ସେ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ କଂଗ୍ରେସ ଆସନ୍ତା ଦିନରେ ସରକାରଙ୍କର ସମସ୍ତ ଦୁର୍ନୀତିର  ପର୍ଦ୍ଦାଫାସ କରିବ।

congressଆଜିର ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପ୍ରଦେଶ କଂଗ୍ରେସ ଗଣମାଧ୍ୟମର ମୁଖ୍ୟ ସତ୍ୟପ୍ରକାଶ ନାୟକ, ରଜନୀ ମହାନ୍ତି, ନିରଞ୍ଜନ ନାୟକ, ଦୀପକ ମହାପାତ୍ର, ଶ୍ରୀଧର ବେହେରା, ବିଭୁପ୍ରସାଦ ଜେନା, ଅଖିଳେଶ ଯାଦବ, ପ୍ରବୀଣ କୁମାର, ସମ୍ବିତ ମଙ୍ଗରାଜ, ଦେବାଶିଷ ମହାରଣା, ମହମ୍ମଦ କାପା, ପ୍ରତୀକ ଦାସ, ହିଂମାଶୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।