Advertisment

ବନ୍ଦ ଘରୁ ମିଳିଲା ଇଂଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଦ ଘର ଭିତରୁ ଇଂଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଜଗତସିଂହପୁର ତିର୍ତ୍ତୋଲ ଗୋରାଡ ଗାଁର ସିଦ୍ଧାର୍ଥ ନାୟକ। ସିଦ୍ଧାର୍ଥ ଖୋର୍ଦ୍ଧା ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ।  ୨୦ ଦିନ ହେବ ଏଠାରେ ଘରଭଡା ନେଇ ରହୁଥିଲେ।  ଖବର ପାଇବା ପରେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୁଲିସ। ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। […]

ଅଦ୍ୟତନ ହୋଇଛି
ବନ୍ଦ ଘରୁ ମିଳିଲା ଇଂଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ

student

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଦ ଘର ଭିତରୁ ଇଂଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଜଗତସିଂହପୁର ତିର୍ତ୍ତୋଲ ଗୋରାଡ ଗାଁର ସିଦ୍ଧାର୍ଥ ନାୟକ। ସିଦ୍ଧାର୍ଥ ଖୋର୍ଦ୍ଧା ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ।  ୨୦ ଦିନ ହେବ ଏଠାରେ ଘରଭଡା ନେଇ ରହୁଥିଲେ।  ଖବର ପାଇବା ପରେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୁଲିସ।

Advertisment

ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଏନେଇ ପୁଲିସ କିମ୍ବା ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନି।

ସୂଚନା ଥାଉକି, ରାଜଧାନୀରେ ଛାତ୍ର ଓ ଛାତ୍ରୀ ମୃତ୍ୟୁ ବଢ଼ିବା ନେଇ ବିଭିନ୍ନ ସ୍ତରରେ ଉଦ୍‌ବେଗ ବଢ଼ି ଚାଲିଛି। ହେଲେ ଏହାକୁ ରୋକିବାକୁ ସରକାରୀ ପ୍ରୟାଶ ସଫଳ ହୋଇପାରୁନି। ପାଠପଢ଼ିବାକୁ ଆସି ଛାତ୍ରଛାତ୍ରୀମାନେ କୌଣସି ନା କୌଣସି ମାନସିକ ଚାପର ବଶବର୍ତ୍ତି ହୋଇ ଆତ୍ମହତ୍ୟା କରୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe