/odisha-reporter/media/post_attachments/uploads/2022/09/Gunupur.jpg)
Gunupur
ଗୁଣପୁର (ଇନ୍ଦ୍ରଜିତ ପଣ୍ଡା):ରିସେସ୍ ସମୟରେ ସାଙ୍ଗମାନଙ୍କ ସହ ସ୍କୁଲ ଗେଟ୍ ପାଖରେ ଖେଳୁଥିଲେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ। ହଠାତ୍ ଗେଟ୍ଟି ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଫଳରେ ଲୁହା ଗେଟ୍ ତଳେ ଚାପି ହୋଇ ପଞ୍ଚମ ଶ୍ରେଣୀ ଛାତ୍ରୀର ଜୀବନ ଯାଇଛି। ଆଜି ମଧ୍ୟାହ୍ନରେ ଏପରି ହୃଦୟବିଦାରକ ଘଟଣା ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ବିଚିକୋଟ ଉ.ପ୍ରା. ସ୍କୁଲ୍ରେ।
ଆଜି ମଧ୍ୟାହ୍ନରେ ରିସେସ୍ ସମୟରେ ପିଲାମାନେ ସ୍କୁଲ ଗେଟ୍ ପାଖରେ ଖେଳୁଥିଲେ। ସେହି ସମୟରେ ଗେଟ୍ଟି ଭାଙ୍ଗି ପଞ୍ଚମ ଶ୍ରେଣୀ ଛାତ୍ରୀ ଆହୁତି ଶବର ଉପରେ ପଡ଼ିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପଦ୍ମପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଗୁଣପୁର ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଖବର ପ୍ରକାଶ ପାଇବା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କେଉଁ ପରିସ୍ଥିତିରେ ସ୍କୁଲ ଗେଟ୍ ଭାଙ୍ଗି ପିଲା ଉପରେ ପଡ଼ିଲା? ତାହା ଉପରେ ତଦନ୍ତ କରିବା ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ଟିମ୍ ସ୍କୁଲରେ ପହଞ୍ଚିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
