Advertisment

ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍, ରାସ୍ତାରୋକ ବେଳେ ଗୋଡ଼ାଇ ପିଟିଲା ପୁଲିସ

ବରଗଡ଼(ଓଡ଼ିଶା ରିପୋର୍ଟର):ଟ୍ରକ ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଡ୍ରାଇଭରକୁ ଗିରଫ ଦାବିରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି। ସେପଟେ ରାସ୍ତାରୋକ କରିଥିବା ୭ ଜଣଙ୍କୁ ପୁଲିସ ଧରି ନେଇ ଥାନାରେ ଅଟକ ରଖିଛି। ବରଗଡ଼ ଜିଲ୍ଲା ବିଜେପୁରରେ ଏଭଳି ଘଟଣାକୁ ନେଇ ଉତ୍ତେଜନା ବଡ଼ ରୂପ ନେଇଛି। ସୂଚନା ମୁତାବକ, ଆଜି ସକାଳେ ବିଜେପୁର ଗଂଜେଇଭାଟି ଛକରେ ଏକ ଟ୍ରକ ଧକ୍କାରେ ସ୍ଥାନୀୟ ପହଣ୍ଡି […]

ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍, ରାସ୍ତାରୋକ ବେଳେ ଗୋଡ଼ାଇ ପିଟିଲା ପୁଲିସ

policde

Advertisment

ବରଗଡ଼(ଓଡ଼ିଶା ରିପୋର୍ଟର):ଟ୍ରକ ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଡ୍ରାଇଭରକୁ ଗିରଫ ଦାବିରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି। ସେପଟେ ରାସ୍ତାରୋକ କରିଥିବା ୭ ଜଣଙ୍କୁ ପୁଲିସ ଧରି ନେଇ ଥାନାରେ ଅଟକ ରଖିଛି। ବରଗଡ଼ ଜିଲ୍ଲା ବିଜେପୁରରେ ଏଭଳି ଘଟଣାକୁ ନେଇ ଉତ୍ତେଜନା ବଡ଼ ରୂପ ନେଇଛି।

Advertisment

ସୂଚନା ମୁତାବକ, ଆଜି ସକାଳେ ବିଜେପୁର ଗଂଜେଇଭାଟି ଛକରେ ଏକ ଟ୍ରକ ଧକ୍କାରେ ସ୍ଥାନୀୟ ପହଣ୍ଡି ଗାଁ’ର ସୁନୀତା ମେହେର ନାମକ ଜଣେ ଛାତ୍ରୀ ଗୁରୁତର ହୋଇଥିଲେ। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ବରଗଡ଼ ଡାକ୍ତରଖାନା ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ସଂପୃକ୍ତ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା।

ସେପଟେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଗିରଫ ଦାବି ନେଇ ବିଜେପୁରରେ ଲୋକେ ରାସ୍ତାରୋକ କରିଥିଲେ। ଏହି ସମୟରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ  ଲାଠି ଚାର୍ଜ କରିଥିଲା। ମାଡ଼ରେ ଲହୁଲୁହାଣ ଲୋକେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ହେଲେ ଏହି ଘଟଣା ପରେ ସ୍ଥିତି ଆହୁରି ସଂଗୀନ ହୋଇପଡ଼ିଛି। କାରଣ ପୁଲିସ ନ୍ୟାୟ ଦାବି କରି ଧାରଣାରେ ବସିଥିବା ଲୋକଙ୍କ ବୁଝାସୁଝା ନ କରି ଲାଠି ଚାର୍ଜ କରିଥିବା ଅଭିଯୋଗ ହୋଇଛି।

Advertisment

ଏନେଇ ପଦମପୁର ଏସ୍‌ଡିପିଓ ବିଭୁତି ଭୋଇ କହିଛନ୍ତି, ସକାଳେ ଜଣେ ଛାତ୍ରୀଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଥିଲା। ଖବର ପାଇ ପୁଲିସ ଆହତଙ୍କୁ ସ୍ଥାନାନ୍ତର କରିବା ସହ ଅନ୍ୟଏକ ମାମଲାର ତଦନ୍ତ ପାଇଁ ଯାଇଥିଲା। ଏହି ସମୟରେ କିଛି ଲୋକ ହିଂସା କାଣ୍ଡ ଘଟାଇଥିଲେ। ଏହି ଘଟଣାକୁ ନିୟନ୍ତ୍ରଣ କରିବା ନିମନ୍ତେ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା ଏବଂ ୭ ଜଣଙ୍କୁ ଗିରଫ କରାଯାଇଛି। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଖୋଜା ଯାଇଥିବା ବେଳେ ଟ୍ରକ୍‌କୁ ଜବତ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe