ଗୋବିନ୍ଦର ପାପ ପେଡ଼ି ଖୋଲିଲେ ଛାତ୍ର! କହିଲେ- କଲେଜରେ ମନ୍ତ୍ରୀମାନେ କଣ ପାଇଁ ରହୁଥିଲେ?

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ରାତିରେ ମହାଲିଙ୍ଗ କଲେଜରେ ମନ୍ତ୍ରୀମାନେ କଣ ପାଇଁ ରହୁଥିଲେ? ଆଜି ଏପରି ପ୍ରଶ୍ନ ପଚାରିଛନ୍ତି ମହାଲିଙ୍ଗ କଲେଜର ଜଣେ ପୂର୍ବତନ ଛାତ୍ର। ସେ ସୋଶାଲ୍‌ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ମହାଲିଙ୍ଗ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁର ପାପ ପେଡ଼ି ଖୋଲିଛନ୍ତି। ଆଉ ଛାତ୍ର ଅବସ୍ଥାରେ କଣ ପାଇଁ ମୁହଁ ଖୋଲିନଥିଲେ, ତାହାର ମଧ୍ୟ ଉତ୍ତର ରଖିଛନ୍ତି। ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିବା ଭିଡ଼ିଓରେ ଛାତ୍ର ଜଣକ କହିଛନ୍ତି ପଇସାର ପାହାଡ଼ ଉପରେ ବସିଛି […]

Students

Manoranjan Sial
  • Published: Thursday, 21 October 2021
  • , Updated: 21 October 2021, 06:02 PM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ରାତିରେ ମହାଲିଙ୍ଗ କଲେଜରେ ମନ୍ତ୍ରୀମାନେ କଣ ପାଇଁ ରହୁଥିଲେ? ଆଜି ଏପରି ପ୍ରଶ୍ନ ପଚାରିଛନ୍ତି ମହାଲିଙ୍ଗ କଲେଜର ଜଣେ ପୂର୍ବତନ ଛାତ୍ର। ସେ ସୋଶାଲ୍‌ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ମହାଲିଙ୍ଗ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁର ପାପ ପେଡ଼ି ଖୋଲିଛନ୍ତି। ଆଉ ଛାତ୍ର ଅବସ୍ଥାରେ କଣ ପାଇଁ ମୁହଁ ଖୋଲିନଥିଲେ, ତାହାର ମଧ୍ୟ ଉତ୍ତର ରଖିଛନ୍ତି।

ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିବା ଭିଡ଼ିଓରେ ଛାତ୍ର ଜଣକ କହିଛନ୍ତି ପଇସାର ପାହାଡ଼ ଉପରେ ବସିଛି ଗୋବିନ୍ଦ। ଭାବୁଥିଲା ତାକୁ କେହି ଛୁଇଁ ପାରିବେ ନାହିଁ। ବୋଧହୁଏ ଏହା ତାର ଭୁଲ୍‌ ଧାରଣା ଥିଲା। ଦିନେନା ଦିନେ ସତ ବାହାରକୁ ଆସିବ। ଆଉ ସତ ବାହାରକୁ ଆସିଲା ଓ ଖୋଲିଲା ପାପ ପେଡ଼ି ବୋଲି ଛାତ୍ର ଜଣକ କହିଛନ୍ତି।

ଛାତ୍ର ଜଣକ ଆହୁରି ମଧ୍ୟ କହିଛନ୍ତି, ମହାଲିଙ୍ଗ ସ୍କୁଲର ଦାୟିତ୍ୱ ଥିଲା ପିଲାଙ୍କୁ ପାଠ ପଢ଼ାଇ ଭଲ ରାସ୍ତା ଦେଖାଇବା। ହେଲେ ଗର୍ଲସ୍‌ ହଷ୍ଟେଲ୍‌ରେ ଗୋବିନ୍ଦ ନାଟ କରୁଥିଲା। ସ୍କୁଲର କୌଣସି କଥା ବାହାରକୁ ନଆସିବ, ସେଥିପାଇଁ କଡ଼ା ନିୟମ କରିଥିଲା। ଯେଉଁଥିପାଇଁ କଲେଜ ଭିତରେ ପୁଅ ଓ ଝିଅ କଥା ହୋଇପାରୁନଥିଲେ ବୋଲି ଛାତ୍ର ଜଣକ କହିଛନ୍ତି।

https://youtu.be/Mj_6nVY99tw

ତେବେ ଏଠି ପ୍ରଶ୍ନ ଉଠୁଛି କଲେଜ କ୍ୟାମ୍ପସରେ ଯଦି ପୁଅ ଓ ଝିଅ କଥା ହୋଇପାରୁନଥିଲେ, ତାହାହେଲେ କଲେଜରେ ରାତିରେ କଣ ପାଇଁ ମନ୍ତ୍ରୀମାନେ ରହୁଥିଲେ? ବୋଧହୁଏ ଷ୍ଟୁଡେଣ୍ଟମାନଙ୍କୁ ସ୍ପେଶାଲ ଜ୍ଞାନ ଦେଉଥିଲେ ବୋଲି ଛାତ୍ର ଜଣକ ଭାଇରାଲ୍‌ ଭିଡ଼ିଓରେ ପ୍ରଶ୍ନ କହିଛନ୍ତି। ସ୍କୁଲରେ ଜଣେ ମାଡ଼ାମ ସେମାନଙ୍କୁ ସହଯୋଗ କରୁଥିଲେ। ଆମେ ସବୁ ଜାଣି ମଧ୍ୟ କିଛି କହିପାରୁନଥିଲୁ। କାରଣ, କଲେଜରୁ ବାହାର କରିଦେବାର ଡ଼ର ଓ ମାର୍କ ଚିନ୍ତା ଆମକୁ ଘାରିଥିଲା ବୋଲି ଛାତ୍ର ଜଣକ କହିଛନ୍ତି। ସେଥିପାଇଁ ଆମେ ମୁହଁ ଖୋଲି ପାରୁନଥିଲୁ। ଆମେ ନହେଲା ନାହିଁ, କେହି ଜଣେ ତ ସତ କଥା କହିଲା। ହେଲେ ତାଙ୍କୁ ଜୀବନ ଦେବାକୁ ପଡ଼ିଲା ବୋଲି ଛାତ୍ର ଜଣକ କହିଛନ୍ତି।

ସୂଚନାରୁ ପ୍ରକାଶ, ମହାଲିଙ୍ଗ କଲେଜର ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କର ଥିଲା ଅନୈତିକ ସମ୍ପର୍କ। ଏ ସମ୍ପର୍କରେ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଜାଣିଥିଲେ। କଥା କଥାରେ ସେହି ଭିଡିଓ ପ୍ରଘଟ କରିଦେବେ ବୋଲି ଧମକ ଦେଇଥିଲେ। ଯାହାକୁ ନେଇ ଚିନ୍ତିତ ଥିଲା ଗୋବିନ୍ଦ। ଆଉ ତା’ପରେ ମମିତାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା। ଶେଷରେ ସଫଳ ହୋଇଥିଲା। ମମିତାକୁ ନିଜ  କାର୍‌ ଭିତରେ ତଣ୍ଟି ଚିପି ହତ୍ୟା କରି ଷ୍ଟାଡିୟମ୍‌ରେ ପୋଡ଼ି ପୋତି ଦେଇଥିଲା। ଏବେ ଧରାପଡ଼ି ଜେଲ୍‌ ଯାଇଛି।

Related story