Advertisment

ଆମେ ଆମ ସ୍କୁଲରେ ହିଁ ପରୀକ୍ଷା ଦେବୁ, ନହେଲେ ଉଠିବୁନି

ସାଲେପୁର (ମନୋଜ କୁମାର ଆଚାର୍ଯ୍ୟ): ‘ଆମେ ଆମ ସ୍କୁଲରେ ପରୀକ୍ଷା ଦେବୁ। ନହେଲେ ଧାରଣାରୁ ଉଠିବୁନି।’ ଏହି ଦାବି କରି ମାଟ୍ରିକ ପରୀକ୍ଷା କେନ୍ଦ୍ର ଉଚ୍ଛେଦ ପ୍ରତିବାଦରେ ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ସ୍କୁଲ ଗେଟ୍‌ ଆଗରେ ଧାରଣା ଦେଇଛନ୍ତି ଶହ ଶହ ପିଲା। କଟକ ଜିଲ୍ଲା ସାଲେପୁର ଓଡାସିଂ ଯଚିନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଘଟଣା। ଉକ୍ତ ବିଦ୍ୟାଳୟରେ ପୂର୍ବରୁ ମାଟ୍ରିକ ପରୀକ୍ଷା କେନ୍ଦ୍ର […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆମେ ଆମ ସ୍କୁଲରେ ହିଁ ପରୀକ୍ଷା ଦେବୁ, ନହେଲେ ଉଠିବୁନି

Student Protest

ସାଲେପୁର (ମନୋଜ କୁମାର ଆଚାର୍ଯ୍ୟ): 'ଆମେ ଆମ ସ୍କୁଲରେ ପରୀକ୍ଷା ଦେବୁ। ନହେଲେ ଧାରଣାରୁ ଉଠିବୁନି।' ଏହି ଦାବି କରି ମାଟ୍ରିକ ପରୀକ୍ଷା କେନ୍ଦ୍ର ଉଚ୍ଛେଦ ପ୍ରତିବାଦରେ ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ସ୍କୁଲ ଗେଟ୍‌ ଆଗରେ ଧାରଣା ଦେଇଛନ୍ତି ଶହ ଶହ ପିଲା। କଟକ ଜିଲ୍ଲା ସାଲେପୁର ଓଡାସିଂ ଯଚିନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଘଟଣା।

Advertisment

ଉକ୍ତ ବିଦ୍ୟାଳୟରେ ପୂର୍ବରୁ ମାଟ୍ରିକ ପରୀକ୍ଷା କେନ୍ଦ୍ର ହେଇ ଆସୁଥିଲା। ମାତ୍ର ଏଥର ସେଠାରେ ପରୀକ୍ଷା କେନ୍ଦ୍ର ହୋଇନଥିବାରୁ ଅସନ୍ତୋଷ ଦେଖାଦେଇଛି। ପ୍ରଧାନଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁଁ ପରୀକ୍ଷା କେନ୍ଦ୍ର ଉଠିଯାଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ।

ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ନହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ବିଦ୍ୟାଳୟ ଶିକ୍ଷା କମିଟି ପକ୍ଷରୁ କୁହାଯାଇଛି।  ସେପଟେ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ପରୀକ୍ଷା କେନ୍ଦ୍ର କେଉଁଠି କରାଯିବ ତା'ର ନିଷ୍ପତ୍ତି ବୋର୍ଡ ନେଇଥାଏ, ଏଥିରେ ତାଙ୍କର କିଛି ଭୂମିକା ନାହିଁ। ତେବେ ପୁନଃର୍ବିଚାର ପାଇଁ ସେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି କହିଛନ୍ତି।

Advertisment
Odisha Education