ମାଟ୍ରିକ୍ ପରୀକ୍ଷା ଦେଇ ଖାତାକୁ ଘରକୁ ନେଇଗଲେ ଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କ୍ଷିରକୋଣା ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ। ଛାତ୍ରୀ ଜଣକ ପରୀକ୍ଷା ସମୟରେ ନିଜର ଉତ୍ତର ଖାତା ଘରକୁ ନେଇଯାଇଥିବାର ସୂଚନା ମିଳିଛି। ଛାତ୍ରୀ ଜଣକ ହେଉଛନ୍ତି ରାଣୀ ମଳିକ। ଜାମୁଝାଡିରେ ଥିବା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ସେ ମ୍ୟାଟ୍ରିକ ପରୀକ୍ଷା ଦେଉଥିଲେ। ସେଠାରେ ପରୀକ୍ଷା ଦେଉଥିବା ବେଳେ ଗଣିତ ପରୀକ୍ଷା ଦିନ ସେ ତାଙ୍କର ଘରକୁ ଖାତା ନେଇଯାଇଥିଲେ। ପରେ ସେହି ଉତ୍ତର ଖାତାକୁ ଘରେ ରଖିଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ: କଂଗ୍ରେସର ୧୨ ବିଧାୟକ ଏକକାଳୀନ ନିଲମ୍ବିତ, ମୁହାଁମୁହିଁ ସ୍ଥିତି
ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ଦିନଠୁ କଂଗ୍ରେସ ରାଜ୍ୟରେ ମହିଳା ନିର୍ଯାତନା ମାମଲା ବୃଦ୍ଧି ପାଉଥିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲା । ବିଜେଡି ବିଧାୟକମାନେ ମଧ୍ୟ ପୋଷ୍ଟର ଧରି ପ୍ରତିବାଦ କରୁଛନ୍ତି । ମାତ୍ର କଂଗ୍ରେସ ବିଧାୟକମାନେ ଘଣ୍ଟ, ତୁରୀ ଓ ହୁଇସିଲ୍ ବଜାଇ ପ୍ରତିବାଦ କରି ଗୃହ କାର୍ଯ୍ୟରେ କ୍ରମାଗତ ବାଧା ସୃଷ୍ଟି କରୁଥିଲେ ।

Special
ରାଗିଂର ହଟ୍ସ୍ପଟ୍ ବ୍ରହ୍ମପୁର ମେଡିକାଲ୍ କଲେଜ!
2022ରୁ 2024 ପର୍ଯ୍ୟନ୍ତ ତିନି ବର୍ଷର ତଥ୍ୟକୁ ଦେଖିଲେ, ବ୍ରହ୍ମପୁର ମେଡିକାଲ୍ କଲେଜରୁ 25ଟି ଅଭିଯୋଗ ଆସିଛି, ଯାହାକି ଦେଶରେ ଥିବା ଅନ୍ୟାନ୍ୟ ମେଡିକାଲ କଲେଜ ଭିତରେ ସବୁଠାରୁ ଅଧିକ ରହିଛି।

Politics
ବେଲଗାମ୍ ପ୍ରଶାସନ, ମାନୁନାହାନ୍ତି ସଚିବ: ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନାହାନ୍ତି ୮ସଚିବ
ଆଇଏଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ଯାଇ ରାତ୍ରି ରହଣୀ କରିବାରେ ଆଗ୍ରହ ଦେଖାଉନଥିବା, ଏପରିକି ପ୍ରାୟ ୧୦ଜଣ ସଚିବ(ବରିଷ୍ଠ ଆଇଏଏସ) ବିଗତ ୬ମାସ ମଧ୍ୟରେ ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନଥିବାର ଅଭାବନୀୟ ଚିତ୍ର ପଦାକୁ ଆସିଛି ।

Politics
ଆଉ ନିର୍ବାଚନ ଲଢ଼ିବେ ନାହିଁ ନିରଞ୍ଜନ, ଅନ୍ୟ ବରିଷ୍ଠ ନେତାଙ୍କୁ ଦେଲେ ଇସାରା
ପୂର୍ବତନ ପିସିସି ସଭାପତି ନିରଞ୍ଜନଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ କି ଦଳରେ ପୁରୁଖା ନେତାମାନଙ୍କୁ ଏକଜୁଟ କରିବାରେ ବର୍ତ୍ତମାନର ପିସିସି ସଭାପତି ଭକ୍ତଚରଣ ଦାସ ଲାଗି ପଡ଼ିଛନ୍ତି ।

Special
ଦୁର୍ନୀତିରେ ଉବୁଟୁବୁ ‘ଅଳକା’!
ପରିଚାଳନା ପରିଷଦ ବୈଠକ ଜରିଆରେ ବହୁମତକୁ ଗୁରୁତ୍ୱ ନ ଦେଇ ସଭାପତି ବିଶ୍ୱଜିତ୍ ରାଉତ ଅନେକ ମନମୁଖୀ ନିଷ୍ପତ୍ତି ନେବା ଯୋଗୁଁ, ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ବଢ଼ିପାରୁନଥିବାବେଳେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ନ ଦେଇ ଠକି ଚାଲିଛନ୍ତି।