କେମିତି ଘରକୁ ନେଲେ ପରୀକ୍ଷା ଖାତା ? || Student Takes Matric Answer Sheet Home || Odisha Reporter
ମାଟ୍ରିକ୍ ପରୀକ୍ଷା ଦେଇ ଖାତାକୁ ଘରକୁ ନେଇଗଲେ ଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କ୍ଷିରକୋଣା ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ। ଛାତ୍ରୀ ଜଣକ ପରୀକ୍ଷା ସମୟରେ ନିଜର ଉତ୍ତର ଖାତା ଘରକୁ ନେଇଯାଇଥିବାର ସୂଚନା ମିଳିଛି। ଛାତ୍ରୀ ଜଣକ ହେଉଛନ୍ତି ରାଣୀ ମଳିକ। ଜାମୁଝାଡିରେ ଥିବା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ସେ ମ୍ୟାଟ୍ରିକ ପରୀକ୍ଷା ଦେଉଥିଲେ। ସେଠାରେ ପରୀକ୍ଷା ଦେଉଥିବା ବେଳେ ଗଣିତ ପରୀକ୍ଷା ଦିନ ସେ ତାଙ୍କର ଘରକୁ ଖାତା ନେଇଯାଇଥିଲେ। ପରେ ସେହି ଉତ୍ତର ଖାତାକୁ ଘରେ ରଖିଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us