crime
ମାଲକାନଗିରି (ଜିତେନ୍ଦ୍ର ବେଉରା): ମେସ୍ରେ ଝୁଲି ପଡ଼ିଲେ ଜଣେ କଲେଜ ଛାତ୍ରୀ। ସେ ହେଉଛନ୍ତି ସ୍ନିଗ୍ଧା ମଣ୍ଡଳ। ତାଙ୍କ ଘର ଏମ୍ଭି-୫୦ରେ। ସେ ମାଲକାନଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇରେ ପଢ଼ନ୍ତି।
ସ୍ନିଗ୍ଧା ମାଲକାନଗିରି ମହିଳା କଲେଜର ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ର। ସେ ଅନ୍ୟ ୪ ଜଣ ଝିଅଙ୍କ ସହିତ ଝାଟିମାଟି କଲୋନୀର ଏକ ମେସ୍ରେ ଗୋଟିଏ ରୁମ୍ରେ ରୁହନ୍ତି। ଆଜି ସମସ୍ତେ କଲେଜ ଯାଇଥିବା ବେଳେ ସ୍ନଗ୍ଧା ଏକାକୀ ମେସ୍ରେ ଥିଲେ। ସାଥୀମାନେ କଲେଜ ଫେରି ଦେଖନ୍ତି ସ୍ନିଗ୍ଧାଙ୍କ ଝୁଲନ୍ତା ମୃତଦେହ। ପରେ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/12/crime-4.jpg)