Advertisment

ଛାତ୍ରଛାତ୍ରୀ ଓ ଅଭିଭାବକ ପଢ଼ିବେ ସାଇବର ସିକ୍ୟୁରିଟି ପାଠ

ଆସନ୍ତା ୨୧ ତାରିଖରେ ରାଜ୍ୟ ବ୍ୟାପୀ ହେବାକୁ ଥିବା ପ୍ୟାରେଣ୍ଟ୍-ଟିଚର ମିଟିଂରେ ଏ ସମ୍ପର୍କରେ ଆଲୋଚନା କରାଯିବ। ଉଭୟ ଶିକ୍ଷକ ଏବଂ ଅଭିଭାବକଙ୍କୁ ଗାଇଡ ଲାଇନ୍ ପ୍ରଦାନ କରାଯିବ।

author-image
Manoranjan Sial
On Line Classs

On Line Classs

ଛାତ୍ରଛାତ୍ରୀ ଓ ଅଭିଭାବକ ପଢ଼ିବେ ସାଇବର ସିକ୍ୟୁରିଟି ପାଠ। ମୋବାଇଲ ଓ ଇଣ୍ଟରନେଟର କୁପ୍ରଭାବରୁ ଛାତ୍ରଛାତ୍ରୀଙ୍କୁ ଦୂରେଇ ରଖିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ଗାଇଡ ଲାଇନ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ଓ ଓସେପା ପକ୍ଷରୁ ଏହି ଗାଟିଡ୍‌ ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଆସନ୍ତା ୨୧ ତାରିଖରେ ରାଜ୍ୟ ବ୍ୟାପୀ ହେବାକୁ ଥିବା ପ୍ୟାରେଣ୍ଟ୍-ଟିଚର ମିଟିଂରେ ଏ ସମ୍ପର୍କରେ ଆଲୋଚନା କରାଯିବ। ଉଭୟ ଶିକ୍ଷକ ଏବଂ ଅଭିଭାବକଙ୍କୁ ଗାଇଡ ଲାଇନ୍ ପ୍ରଦାନ କରାଯିବ। ବର୍ତ୍ତମାନ କମ୍‌ ବୟସର ପିଲାମାନେ ସ୍ମାର୍ଟଫୋନ ଦ୍ୱାରା ବହୁଳମାତ୍ରାରେ ପ୍ରଭାବିତ ହେଉଥିବାରୁ ଏହାର କୁପ୍ରଭାବ ସମ୍ପର୍କରେ ସଚେତନା କରିବା ପାଇଁ ଏହି ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା।

Advertisment

ସୂଚନାରୁ ପ୍ରକାଶ, ମହାମାରୀ କୋଭିଡ୍‌ ପାଇଁ ପାଖାପାଖି ଦୁଇ ବର୍ଷ ଧରି ସ୍କୁଲ ବନ୍ଦ ରହିଥିଲା। ପିଲାମାନେ ଅନ୍‌ଲାଇନରେ ପାଠ ପଢ଼ିଥିଲେ। ଅଭିଭାବକମାନେ ଧାର ଉଧାର କରି ସ୍ମାର୍ଟ ଫୋନ୍‌ କିଣି ପିଲାଙ୍କୁ ପଢ଼ିବା ପାଇଁ ଦେଇଥିଲେ। ହେଲେ ଅନେକ ସମୟରେ ଦେଖିବାକୁ ମିଳିଛି ପିଲାମାନେ ଅନ୍‌ଲାଇନ୍‌ କ୍ଲାସ କରିବା ସମୟରେ ଅନ୍‌ଲାଇନ୍‌ ଗେମ୍‌ ଜାଲରେ ପଡ଼ି ଯାଉଥିଲେ। ଆଉ ସେଥିରେ ଗେମ୍‌ ଖେଳି ଠକାମୀରେ ଶିକାର ହେଉଥିଲେ। ପରବର୍ତ୍ତୀ ସମୟରେ ଆତ୍ମହତ୍ୟା ରାସ୍ତା ବାଛୁଥିବା ଦେଖିବାକୁ ମିଳିଥିଲା।

କୋଭିଡ୍‌ ସମୟରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଖବର ରାଜ୍ୟର କୋଣ ଅନୁକୋଣରୁ ଆସୁଥିଲା। ଯାହାକୁ ନେଇ ଅଭିଭାବକ ଓ ଶିକ୍ଷାବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯଥାଶୀଘ୍ର ଅନ୍‌ଲାଇନ୍‌ କ୍ଲାସ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଯେଉଁଥିପାଇଁ ରାଜ୍ୟ ସରକାର ଏପରି ଗାଇଡ୍‌ଲାଇନ୍‌ କରିଥିବା ଅନୁମାନ କରାଯାଉଛି।

Advertisment
Odisha Education Mass Education