Advertisment

୨୬ରୁ ଖୋଲିବ ସ୍କୁଲ, ଆଶଙ୍କାରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ ବୋଲି ସେ କହିଛନ୍ତି। ଏଥିଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏସଓପି ଜାରି କରିଛି। ଅନଲାଇନ୍ ପାଠପଢ଼ାରେ ବିଭ୍ରାଟ ସୃଷ୍ଟି ହେବା କାରଣରୁ ବିଭାଗ ଏଭଳି ନିଷ୍ପତ୍ତି […]

ଯୁକ୍ତ ଦୁଇ ଅସନ୍ତୁଷ୍ଟଙ୍କ ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା, ୩ରୁ ଅନ୍‌ଲାଇନ୍‌ରେ ଆବେଦନ

school-student

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ ବୋଲି ସେ କହିଛନ୍ତି। ଏଥିଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏସଓପି ଜାରି କରିଛି। ଅନଲାଇନ୍ ପାଠପଢ଼ାରେ ବିଭ୍ରାଟ ସୃଷ୍ଟି ହେବା କାରଣରୁ ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ତେବେ ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷିକା ଏବଂ ସ୍କୁଲ କର୍ମଚାରୀଙ୍କ ଟିକାକରଣ ସରିନଥିବାରୁ ଉଭୟ ପିଲା ଓ ଅଭିଭାବକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।

Advertisment

କଟକଣା ଆଉ ସୁରକ୍ଷା ବଳୟ ଭିତରେ ସ୍କୁଲ ଖୋଲିବ। ସାମାଜିକ ଦୂରତା ରଖି କ୍ଲାସରେ ୨୦ ରୁ ୨୫ ପିଲା ବସିବେ। ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସ୍କୁଲକୁ ନିୟମିତ ଭାବେ ସାନିଟାଇଜ୍ କରାଯିବ। ଏପରିକି ପ୍ରବେଶ ପଥରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିବ। ତାସହିତ ସ୍କୁଲରେ ଆଇସୋଲେସନ ରୁମ୍ ବି ରହିବ। ତେବେ ହଷ୍ଟେଲ୍ ଖୋଲିବ ନାହିଁ।

୫୦ ପ୍ରତିଶତ ସିଟ୍ ଖାଲି ରଖି ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବ। ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ଏସଓପି କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଜିଲ୍ଲାର ନୋଡାଲ ଅଫିସର ସ୍କୁଲକୁ ଯାଇ ନିୟମିତ ତଦାରଖ କରିବେ। ଅନ୍ୟପକ୍ଷରେ ଏତେ ଦିନ ପରେ ସ୍କୁଲ୍ ଖୋଲିବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଏହାକୁ ସ୍ୱାଗତ କରିଛନ୍ତି, କିନ୍ତୁ ସଂପୂର୍ଣ୍ଣ ଟିକାକରଣ ହୋଇନଥିବାରୁ ମନରେ ଆଶଙ୍କା ବି ରହିଛି।

Advertisment

ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ସେପଟେ ଦ୍ୱନ୍ଦ୍ୱରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ। ୟୁଜି-ପିଜି ଲାଗି କେବେଠୁ କ୍ଲାସ୍ ହେବ, ତାହା ସରକାର ସ୍ପଷ୍ଟ କରିନଥିବାରୁ ତାକୁ ନେଇ କଳ୍ପନାଜଳ୍ପନା ବଢ଼ିଛି। ତେବେ କ୍ଲାସ ଆରମ୍ଭ ପରିବର୍ତ୍ତେ ଫାଇନାଲ୍ ସେମିଷ୍ଟର ପରୀକ୍ଷା ସାରିବାକୁ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱ ଦେଉଥିବା ଜଣାପଡିଛି। ପରୀକ୍ଷା ପରେ ଅକ୍ଟୋବରରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରାଯିବା ସମ୍ଭାବନା ରହିଛି। ତେବେ ଶିକ୍ଷାବର୍ଷ ଯେପରି ପ୍ରଭାବିତ ନହେବ ସେଥିପ୍ରତି ବିଭାଗ ଦୃଷ୍ଟି ଦେଉଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe