Advertisment

‘ଆମ ସାରଙ୍କୁ ଫେରାଇ ଦିଅ, ନହେଲେ ସ୍ୱାଧୀନତା ଦିବସରେ ସ୍କୁଲରେ ଉଡାଇବୁ କଳା ପତାକା'

ରେଢାଖୋଲ (ରମାକାନ୍ତ ମହାନନ୍ଦ): ‘ଡେପୁଟେସନ୍‌ରେ ଯାଇଥିବା ଶିକ୍ଷକଙ୍କୁ ଶୀଘ୍ର ଫେରାଇ ଦିଅନ୍ତୁ। ନହେଲେ ଅଗଷ୍ଟ ୧୫ ତାରିଖରେ ଜାତୀୟ ପତାକା ଉତ୍ତୋଳନ କରାଇଦେବୁ ନାହିଁ। ସେହିଦିନ କଳା ପତାକା ଉତ୍ତୋଳନ କରିବୁ।’ ୮ ଦିନ ଧରି ଛାତ୍ରଛାତ୍ରୀଙ୍କ ସହିତ ଆମ୍ୱଝୁରୀ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଅଭିଭାବକଙ୍କ ମଧ୍ୟରୁ ଜଣେ ଆଜି ଏପରି ଚେତାବନୀ ଦେଇଛନ୍ତି। ସମ୍ୱଲପୁର ଜିଲ୍ଲାର ଶେଷ ସୀମାରେ ରେଢାଖୋଲ ବ୍ଲକ୍‌ କଦଳୀଗଡ ପଞ୍ଚାୟତରେ ରହିଛି ଆମ୍ୱଝୁରୀ ସରକାରୀ […]

‘ଆମ ସାରଙ୍କୁ ଫେରାଇ ଦିଅ, ନହେଲେ ସ୍ୱାଧୀନତା ଦିବସରେ ସ୍କୁଲରେ ଉଡାଇବୁ କଳା ପତାକା'

School

Advertisment

ରେଢାଖୋଲ (ରମାକାନ୍ତ ମହାନନ୍ଦ): 'ଡେପୁଟେସନ୍‌ରେ ଯାଇଥିବା ଶିକ୍ଷକଙ୍କୁ ଶୀଘ୍ର ଫେରାଇ ଦିଅନ୍ତୁ। ନହେଲେ ଅଗଷ୍ଟ ୧୫ ତାରିଖରେ ଜାତୀୟ ପତାକା ଉତ୍ତୋଳନ କରାଇଦେବୁ ନାହିଁ। ସେହିଦିନ କଳା ପତାକା ଉତ୍ତୋଳନ କରିବୁ।' ୮ ଦିନ ଧରି ଛାତ୍ରଛାତ୍ରୀଙ୍କ ସହିତ ଆମ୍ୱଝୁରୀ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଅଭିଭାବକଙ୍କ ମଧ୍ୟରୁ ଜଣେ ଆଜି ଏପରି ଚେତାବନୀ ଦେଇଛନ୍ତି।

Advertisment

ସମ୍ୱଲପୁର ଜିଲ୍ଲାର ଶେଷ ସୀମାରେ ରେଢାଖୋଲ ବ୍ଲକ୍‌ କଦଳୀଗଡ ପଞ୍ଚାୟତରେ ରହିଛି ଆମ୍ୱଝୁରୀ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ପିଲାଙ୍କୁ ପାଠ ପଢ଼ାଉଥିଲେ ୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ। ସେମାନଙ୍କ ଭିତରୁ ଜଣେ ଶିକ୍ଷକ ୨୦୧୯ ମସିହାରୁ ଡେପୁଟେସନରେ ଅନ୍ୟ ସ୍କୁଲକୁ ଯାଇଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଫେରୁନାହାନ୍ତି। ଯାହାଫଳରେ ୪ ଜଣ ଶିକ୍ଷକରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଇବା କଷ୍ଟକର ହେଉଛି। ଏପରିକି ପିଲାମାନେ ଠିକ୍‌ରେ ପାଠ ପଢ଼ି ପାରୁନାହାନ୍ତି।

ଡେପୁଟେସନ୍‌ରେ ଯାଇଥିବା ଶିକ୍ଷକଙ୍କୁ ତୁରନ୍ତ ଫେରାଇ ଆଣିବାକୁ ଗାଁ ଲୋକେ ସ୍ଥାନୀୟ ବିଡିଓ, ବିଇଓ, ଡିଇଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଗାଁ ଲୋକଙ୍କ ଦାବି ପୂରଣ ହୋଇପାରି ନାହିଁ। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦାବି ପୂରଣ ନହେଲେ ସ୍କୁଲରେ ତାଲା ପକାଇବେ ବୋଲି ଚେତାବନୀ ଦେଇଥିଲେ। ଏହା ସତ୍ତ୍ୱେ ପ୍ରଶାସନ ଶିକ୍ଷକ ନିଯୁକ୍ତି ଦେଲେନାହିଁ।

Advertisment

ବାରମ୍ୱାର ଗୁହାରୀ କରି ନିରାଶ ହେବା ପରେ ଗତ ୫ ତାରିଖରେ ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତା ଓ ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇଲେ। ଏଥିସହ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ ଗେଟ୍‌ ଆଗରେ ଧାରଣାରେ ବସିଛନ୍ତି। ଶିକ୍ଷକମାନେ ସ୍କୁଲ ଆସୁଛନ୍ତି, ଫାଟକ ଆଗରେ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଠିଆ ହୋଇ ଘରକୁ ଫେରି ଯାଉଛନ୍ତି। ୮ ଦିନ ହେଲା ସ୍କୁଲରେ ତାଲା ପଡ଼ିଛି। ପିଲାମାନେ ସ୍କୁଲରେ ପାଠ ପଢ଼ିନାହାନ୍ତି। ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇନାହାନ୍ତି, ପୋଷାକ ନେଇନାହାନ୍ତି ଓ କୃମି ଔଷଧ ସେବନ କରିନାହାନ୍ତି। ଏହା ସତ୍ତ୍ୱେ କୌଣସି କୌଣସି ପ୍ରଶାସନିକ ଅଧିକାରୀ ଅଭିଭାବକଙ୍କ ସହିତ ଆଲୋଚନା କରି ନାହାନ୍ତି। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଏନେଇ ଜଣେ ଅଭିଭାବକ କହିଛନ୍ତି, “ଆମ ଶିକ୍ଷକଙ୍କୁ ଆମକୁ ଫେରାଇ ଦେବା ପାଇଁ ବିଡିଓ, ବିଇ, ଡିଇଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଗୁହାରୀ କରିଛୁ। ହେଲେ ଆମ କଥା କେହି ଶୁଣୁନାହାନ୍ତି। ସେଥିପାଇଁ ଆମେ ତାଲା ପକାଇ ଧାରଣାରେ ବସିଛୁ। ଦାବି ପୂରଣ ନହେଲେ ଅଗଷ୍ଟ ୧୫ ତାରିଖରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଶିକ୍ଷକଙ୍କୁ ଦେବୁନାହୁଁ। ସେହିଦିନ କଳା ପତାକା ଉତ୍ତୋଳନ କରିବୁ। ଆଗାମୀ ଦିନରେ ସମସ୍ତେ ଯାଇ ଉପଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣାରେ ବସିବୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe