Advertisment

ସ୍ମାର୍ଟ ସ୍କୁଲ ଟିଭିରେ ପୁଷ୍ପା ଡ୍ୟାନ୍ସ, ପାଠ ଛାଡ଼ି ନାଚିଲେ ଛାତ୍ର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆଖିରେ ଷ୍ଟାଇଲିସ୍ କଳା ଚଷମା। ଦେହରେ ରଙ୍ଗିନ୍ ସାର୍ଟ। ପୁଷ୍ପା ଗୀତର ତାଳେ ତାଳେ ଚାଲିଛି ନାଚ। ଗଂଜାମ ଜିଲାର ହିଂଜିଲିକାଟୁ ଅଞ୍ଚଳରୁ ଆସିଛି ଏଭଳି ଚିତ୍ର। ଛାତ୍ରମାନେ ସରକାରୀ ସ୍ମାର୍ଟ ସ୍କୁଲରେ ପାଠ ନ ପଢ଼ି ଟିଭି ଲଗାଇ ପୁଷ୍ପା ନୃତ୍ୟଗୀତ ଦେଖୁଛନ୍ତି। ଗୀତର ତାଳେ ତାଳେ ଛାତ୍ରମାନେ ନାଚୁ ଛନ୍ତି। ଏହି ଭିଡ଼ିଓ ଏବେ ଭାଇରାଲ ହୋଇଛି। ଏହା ସେରଗଡ଼ ଅଂଚଳର କୁହାଯାଉଥିବା ବେଳେ କେଉଁ ସ୍କୁଲ ଏଯାଏଁ ସ୍ପଷ୍ଟ ହୋଇପାରିନି। […]

ଅଦ୍ୟତନ ହୋଇଛି
ସ୍ମାର୍ଟ ସ୍କୁଲ ଟିଭିରେ ପୁଷ୍ପା ଡ୍ୟାନ୍ସ, ପାଠ ଛାଡ଼ି ନାଚିଲେ ଛାତ୍ର

Puspa-dance-in-school

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆଖିରେ ଷ୍ଟାଇଲିସ୍ କଳା ଚଷମା। ଦେହରେ ରଙ୍ଗିନ୍ ସାର୍ଟ। ପୁଷ୍ପା ଗୀତର ତାଳେ ତାଳେ ଚାଲିଛି ନାଚ। ଗଂଜାମ ଜିଲାର ହିଂଜିଲିକାଟୁ ଅଞ୍ଚଳରୁ ଆସିଛି ଏଭଳି ଚିତ୍ର। ଛାତ୍ରମାନେ ସରକାରୀ ସ୍ମାର୍ଟ ସ୍କୁଲରେ ପାଠ ନ ପଢ଼ି ଟିଭି ଲଗାଇ ପୁଷ୍ପା ନୃତ୍ୟଗୀତ ଦେଖୁଛନ୍ତି। ଗୀତର ତାଳେ ତାଳେ ଛାତ୍ରମାନେ ନାଚୁ ଛନ୍ତି। ଏହି ଭିଡ଼ିଓ ଏବେ ଭାଇରାଲ ହୋଇଛି। ଏହା ସେରଗଡ଼ ଅଂଚଳର କୁହାଯାଉଥିବା ବେଳେ କେଉଁ ସ୍କୁଲ ଏଯାଏଁ ସ୍ପଷ୍ଟ ହୋଇପାରିନି। ତେବେ ଏହାକୁ ନେଇ ବୁଦ୍ଧିଜୀବୀମାନେ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛନ୍ତି।

Advertisment

ଏଥିରୁ ସ୍ପଷ୍ଟ ହୋଇଛି ସରକାରୀ ସ୍ମାର୍ଟ ସ୍କୁଲରେ ପାଠପଢ଼ା ଚୁଲିକି ଗଲେଣି। ପିଲା ପାଠ ନ ପଢ଼ି ସ୍ମାର୍ଟ ସ୍କୁଲ ଶ୍ରେଣୀ ଗୃହରେ ଲାଗିଥିବା ଟିଭିରେ ଫିଲ୍ମ ନୃତ୍ୟଗୀତ ଦେଖି ନାଚୁଛନ୍ତି। ସ୍ମାର୍ଟ ମୋବାଇଲ ଧରି ନାଚଗୀତକୁ ରେକଡିଂ କରୁଛନ୍ତି। ସ୍ମାର୍ଟ ମୋବାଇଲରୁ ୱାଇଫାଇ ହଟସ୍ପର୍ଟ ସଂଯୋଗ କରି ଅଶୀଳ ଗୀତ ଦେଖୁଛନ୍ତି। ଭାଇରାଲ ହୋଇଥିବା ଭିଡ଼ିଓରେ ଛାତ୍ରମାନେ ଶ୍ରେଣୀ ଗୃହରେ ଚଲାଇଥିବା ଏଭଳି ଫିଲ୍ମ ଗୀତିର ନାଚଗୀତ ଏହା ପ୍ରମାଣିତ କରିଛି।

ସୂଚନା ଥାଉକି, ହିଂଜିଲିକାଟୁ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ମାର୍ଟ ସ୍କୁଲ ବ୍ୟବସ୍ଥା ପ୍ରଥମ କରି ଆରମ୍ଭ କରାଯାଇଛି। ହେଲେ ଏଠି ଚିତ୍ର ଅଲଗା। ଛାତ୍ରମାନେ ପାଠ ନ ପଢ଼ି ସ୍ମାର୍ଟ କ୍ଲାସରେ ଲାଗିଥିବା ଟିଭିରେ ବିଭିନ୍ନ ଫିଲ୍ମର ଗୀତ ଲଗାଇ ମଜା ନେଇଛନ୍ତି। ତେବେ ଛାତ୍ରମାନେ କ୍ଲାସରେ ଏଭଳି ଗୀତ ଲଗାଇ ଡ୍ୟାନ୍ସ କରି ମଜା ନେଉଥିବା ଓ ସ୍ମାର୍ଟ ମୋବାଇଲ ନେଇ ଏହି ଭିଡ଼ିଓ ଉତ୍ତୋଳନ କରିବା ବେଳେ ସ୍କୁଲର ଶିକ୍ଷକମାନେ କଣ କରୁଥିଲେ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe