Rice
ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ଖଇରପୁଟ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ପିଲାଙ୍କୁ ପୋକରା ଚାଉଳରେ ପ୍ରସ୍ତୁତ ଭାତ ଖାଇବାକୁ ଦିଆଯାଉଥିବା ଅଭିଯୋଗ ହୋଇଛି। ଦିନେ କି ଦୁଇ ଦିନ ନୁହେଁ, ଗତ ୩ ମାସ ହେଲାଣି ଏଭଳି ଅସ୍ୱାସ୍ଥ୍ୟକର ଖାଦ୍ୟ ଦିଆଯାଉଛି। ଏ ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ସ୍କୁଲ କମିଟି ସଦସ୍ୟ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଚି ଲାଭ ହେଉ ନଥିବା ଅଭିଯୋଗ କରିଛନ୍ତି।
Advertisment
ଏନେଇ ଅଭିଯୋଗ ଆସିବା ପରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିବା ସିଆରସିସି କହିଛନ୍ତି। ଡିପିସି ସ୍କୁଲକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
