୩ ମାସ ହେଲା ପୋକରା ଚାଉଳର ଭାତ ଖାଉଛନ୍ତି ଛାତ୍ରଛାତ୍ରୀ
- Published: Sunday, 15 October 2017
- , Updated: 15 October 2017, 05:24 PM IST
<p>ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ଖଇରପୁଟ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ପିଲାଙ୍କୁ ପୋକରା ଚାଉଳରେ ପ୍ରସ୍ତୁତ ଭାତ ଖାଇବାକୁ ଦିଆଯାଉଥିବା ଅଭିଯୋଗ ହୋଇଛି। ଦିନେ କି ଦୁଇ ଦିନ ନୁହେଁ, ଗତ ୩ ମାସ ହେଲାଣି ଏଭଳି ଅସ୍ୱାସ୍ଥ୍ୟକର ଖାଦ୍ୟ ଦିଆଯାଉଛି। ଏ ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ସ୍କୁଲ କମିଟି ସଦସ୍ୟ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଚି ଲାଭ ହେଉ ନଥିବା ଅଭିଯୋଗ କରିଛନ୍ତି।</p>
<p>ଏନେଇ ଅଭିଯୋଗ ଆସିବା ପରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିବା ସିଆରସିସି କହିଛନ୍ତି। ଡିପିସି ସ୍କୁଲକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।</p>