Advertisment

କରୋନା ଯୋଗୁ ହଷ୍ଟେଲ ଛାଡ଼ିଲେ ଛାତ୍ରଛାତ୍ରୀ

ରାୟଗଡ଼ା(ମନୋଜ ପାତ୍ର): କରୋନା ପ୍ରତିଷେଧକ ବ୍ୟବସ୍ଥା ନିମନ୍ତେ ସରକାରୀ ହଷ୍ଟେଲଗୁଡ଼ିକରେ ରହିଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ନ ଛାଡ଼ିବା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ କିଛି ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିଛନ୍ତି। ଏଭଳି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ପେଣ୍ଟା ଗାଁରେ ଥିବା ସରକାରୀ ଅନ୍ୱେଷା ହଷ୍ଟେଲରୁ। ଗତ ୧୭ ତାରିଖରେ ୨୫୦ ଜଣ ଛାତ୍ରଛାତ୍ରୀଙ୍କୁ ତାଙ୍କ  ଅଭିଭାବକ ହଷ୍ଟେଲରୁ ଘରକୁ ନେଇ ଯାଇଥିବା ଜଣାଯାଇଛି। ଏହି ହଷ୍ଟେଲରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ରହୁଥିଲେ। ସେମାନଙ୍କ ଘର ଚନ୍ଦ୍ରପୁର, […]

କରୋନା ଯୋଗୁ ହଷ୍ଟେଲ ଛାଡ଼ିଲେ ଛାତ୍ରଛାତ୍ରୀ

rayagada

Advertisment

ରାୟଗଡ଼ା(ମନୋଜ ପାତ୍ର): କରୋନା ପ୍ରତିଷେଧକ ବ୍ୟବସ୍ଥା ନିମନ୍ତେ ସରକାରୀ ହଷ୍ଟେଲଗୁଡ଼ିକରେ ରହିଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ନ ଛାଡ଼ିବା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ କିଛି ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିଛନ୍ତି। ଏଭଳି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ପେଣ୍ଟା ଗାଁରେ ଥିବା ସରକାରୀ ଅନ୍ୱେଷା ହଷ୍ଟେଲରୁ। ଗତ ୧୭ ତାରିଖରେ ୨୫୦ ଜଣ ଛାତ୍ରଛାତ୍ରୀଙ୍କୁ ତାଙ୍କ  ଅଭିଭାବକ ହଷ୍ଟେଲରୁ ଘରକୁ ନେଇ ଯାଇଥିବା ଜଣାଯାଇଛି।

Advertisment

ଏହି ହଷ୍ଟେଲରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ରହୁଥିଲେ। ସେମାନଙ୍କ ଘର ଚନ୍ଦ୍ରପୁର, ମୁନିଗୁଡ଼ା, ବିଷମକଟକ ପ୍ରଭୃତି ଅଞ୍ଚଳରେ। ଏହି ହଷ୍ଟଲରେ ପିଲାମାନଙ୍କୁ ଜୋର ଜବରଦସ୍ତ ତାଙ୍କ ଅଭିଭାବକ ନେଇଯାଇଥିବା ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ବିଶ୍ୱା ମିତ୍ର କହିଛନ୍ତି। ଅନ୍ୟପକ୍ଷରେ ଅତ୍ୟଧିକ ଭିଡ଼ରେ ରହିବାକୁ  କଟକଣା କରାଯାଇଥିବା ବେଳେ ଏତେ ସଂଖ୍ୟକ ପିଲା ଏକାଠି ରହୁଥିବାରୁ ଭୟରେ ନେଇଯାଇଥିବା ଅଭିଭାବକମାନେ କହିଛନ୍ତି।

ଏନେଇ ଖବର ପାଇବା ପରେ କେଉଁ ପରିସ୍ଥିତିରେ ପିଲାମାନେ ହଷ୍ଟେଲ ଛାଡ଼ିଲେ ସେନେଇ ତଦନ୍ତ କରାଯାଉଥିବା ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି। ତଦନ୍ତ ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe