Advertisment

ସମସ୍ୟା ଜଣାଇବାକୁ ଯାଇଥିଲେ ଛାତ୍ରଛାତ୍ରୀ, ଅଧ୍ୟକ୍ଷ କଲେ ତାଚ୍ଛଲ୍ୟ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସମସ୍ୟାର ସମାଧାନ ପରିବର୍ତ୍ତେ ମିଳିଛି ଧମକଚମକ। ଏପରିକି ଅଧ୍ୟକ୍ଷ ଅଶାଳୀନ ଭାଷା ବ୍ୟବହାର କରିବା ସହିତ ତାଚ୍ଛଲ୍ୟ ଭାବେ କହିଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଏପରି ଅସ୍ୱଭାବିକ ଘଟଣା ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ନୁଆପାଲି ନିକଟରେ ଥିବା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଦେଖାଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ […]

author-image
Niharika Rout
ଅଦ୍ୟତନ ହୋଇଛି
ସମସ୍ୟା ଜଣାଇବାକୁ ଯାଇଥିଲେ ଛାତ୍ରଛାତ୍ରୀ, ଅଧ୍ୟକ୍ଷ କଲେ ତାଚ୍ଛଲ୍ୟ

protest

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସମସ୍ୟାର ସମାଧାନ ପରିବର୍ତ୍ତେ ମିଳିଛି ଧମକଚମକ। ଏପରିକି ଅଧ୍ୟକ୍ଷ ଅଶାଳୀନ ଭାଷା ବ୍ୟବହାର କରିବା ସହିତ ତାଚ୍ଛଲ୍ୟ ଭାବେ କହିଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଏପରି ଅସ୍ୱଭାବିକ ଘଟଣା ବୌଦ୍ଧବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ନୁଆପାଲି ନିକଟରେ ଥିବା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଦେଖାଦେଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ ପାନୀୟ ଜଳ, ତାତିରୁ ତ୍ରାହି ପାଇଁ କୁଲର ବ୍ୟବସ୍ଥା ଓ ଅନ୍ୟାନ୍ୟ ଅବ୍ୟବସ୍ଥାର ଦୂରୀକରଣ ସକାଶେ ଗତକାଲି ଅଧ୍ୟକ୍ଷଙ୍କୁ ଭେଟି ଦାବି କରିଥିଲେ | ଅଧ୍ୟକ୍ଷ   ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ତାଛଲ୍ୟ କରି ମନ୍ତବ୍ୟ ଦେଇଥିଲେ | ଏଥିରେ ପିଲାମାନେ ଅପମାନ ଅନୁଭବ କରିବା ସହ ଆଜି ସକାଳୁ ଅଧ୍ୟକ୍ଷଙ୍କୁ ଘେରାଉ କରିଥିବା ଜଣାପଡିଛି l

ବୌଦ୍ଧ ସହରଠାରୁ ବଘିଆପଡା ରାସ୍ତାର ନୁଆପାଲିଠାରେ ଥିବା ନୂତନ କୋଠାକୁ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ସ୍ଥାନାନ୍ତର ପରେ ଅନେକ ଅବ୍ୟବସ୍ଥା ଦେଖା ଦେଇଛି | ଗମନାଗମନ ର ସୁବିଧା ନ ଥିବାରୁ  ଅନେକ ଛାତ୍ର ଛାତ୍ରୀ ଛାତ୍ରାବାସରେ ରହୁଥିବା ବେଳେ ଭିତିଭୁମି ଅଭାବରୁ ସେମାନେ ହଇରାଣ ହେଉଥିବା ଅଭିଯୋଗ ହୋଇ ଆସୁଛି l

Advertisment
Student Protest