ପରୀକ୍ଷା ଦେବାକୁ ଯାଇ ଫସିଥିଲେ, ଉଦ୍ଧାର ହେଲେ ୪୨ ଛାତ୍ରଛାତ୍ରୀ

ଭଦ୍ରକ(ପାର୍ଥସାରଥି ନାୟକ): ବିଇଡି ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରରେ ଫସି ରହିଥିବା ୪୨ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଧାର କରିଛନ୍ତି ରାଜ୍ୟ ସରକାର। ଓଡିଶାରୁ ପ୍ରାୟ ୧୪୮ ଛାତ୍ରଛାତ୍ରୀ ବିଇଡି ପରୀକ୍ଷା ଦେବାକୁ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ତାରିଲିପାଡୁ କଲେଜ ଅଫ ଏଜୁକେସନକୁ ଯାଇଥିଲେ ।  ସେମାନଙ୍କ ମଧ୍ୟରୁ ୧୦୬  ଜଣ ପରୀକ୍ଷା ପରେ ଫେରିଆସିଥିବା ବେଳେ ଅନ୍ୟମାନେ ତିରୁପତି ବାଲାଜିଙ୍କ ଦର୍ଶନ ପାଇଁ ଯାଇଥିଲେ। ଉକ୍ତ ସମୟରେ ଆନ୍ଧ୍ରପ୍ରଦେଶରେ ୧୪୪ ଜାରି ହୋଇଥିଲା । ଫଳରେ ସେମାନେ […]

bhadrak

Jyoshna Pradhan
  • Published: Thursday, 26 March 2020
  • , Updated: 26 March 2020, 11:21 AM IST

ଭଦ୍ରକ(ପାର୍ଥସାରଥି ନାୟକ): ବିଇଡି ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରରେ ଫସି ରହିଥିବା ୪୨ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଧାର କରିଛନ୍ତି ରାଜ୍ୟ ସରକାର। ଓଡିଶାରୁ ପ୍ରାୟ ୧୪୮ ଛାତ୍ରଛାତ୍ରୀ ବିଇଡି ପରୀକ୍ଷା ଦେବାକୁ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ତାରିଲିପାଡୁ କଲେଜ ଅଫ ଏଜୁକେସନକୁ ଯାଇଥିଲେ ।  ସେମାନଙ୍କ ମଧ୍ୟରୁ ୧୦୬  ଜଣ ପରୀକ୍ଷା ପରେ ଫେରିଆସିଥିବା ବେଳେ ଅନ୍ୟମାନେ ତିରୁପତି ବାଲାଜିଙ୍କ ଦର୍ଶନ ପାଇଁ ଯାଇଥିଲେ। ଉକ୍ତ ସମୟରେ ଆନ୍ଧ୍ରପ୍ରଦେଶରେ ୧୪୪ ଜାରି ହୋଇଥିଲା । ଫଳରେ ସେମାନେ ସେଠାରେ ଫସି ରହିଥିଲେ। ପରେ ସେମାନେ ସୋଶାଲ ମିଡ଼ିଆରେ ଉଦ୍ଧାର ପାଇଁ ନିବେଦନ କରିଥିଲେ। ୫ଜଣ ଛାତ୍ରଛାତ୍ରୀଙ୍କ ପରିବାର ଭଦ୍ରକ ବିଧାୟକଙ୍କୁ ଉଦ୍ଧାର ଅନୁରୋଧ କରିଥିଲେ ।

ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାର ସେମାନଙ୍କୁ ଉଦ୍ଧାର କଲେ । ବିଧାୟକଙ୍କ ଅନୁରୋଧ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମାର୍କପୁର ଜିଲ୍ଲାର ଜିଲାପାଳଙ୍କ ସହାୟତାରେ ଦୁଇଟି ବସ୍‌ ସହାୟତାରେ ୪୨ ଛାତ୍ରଛାତ୍ରୀ ବିଳମ୍ବିତ ରାତିରେ ଭଦ୍ରକରେ ପହଞ୍ଚିଛନ୍ତି । ସେମାନଙ୍କୁ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ରଖା ଯାଇ ମେଡିକାଲ ଚେକ ଅପ କରାଯାଇଛି ।

ଏହାପରେ ଗାଡି ଯୋଗେ ୨୯ ଜଣକୁ ବାଲେଶ୍ୱର , ୪ ଜଣଙ୍କୁ ମୟୁରଭଞ୍ଜ , ୨ ଜଣ ଙ୍କୁ ଯାଜପୁର ଓ ଅନ୍ୟମାନଙ୍କୁ ଭଦ୍ରକସ୍ଥିତ ନିଜ ଘରେ ପହଞ୍ଚାଇବାର  ବ୍ୟବସ୍ଥା କରିଛି  ପ୍ରଶାସନ।

Related story