‘ହାଇସ୍କୁଲ ପିଲାମାନେ ଗଣିତ, ଇଂଲିଶ ଓ ସାଧାରଣ ବିଜ୍ଞାନରେ ଦୁର୍ବଳ’

ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଗଣ ଶିକ୍ଷାମନ୍ତ୍ରୀ କହିଛନ୍ତି, ରାଜ୍ୟ ବାର୍ଷିକ ହାଇସ୍କୁଲ୍‌ ସମ୍ମେଟିଭ୍‌ ଆସେସ୍‌ମେଣ୍ଟର ପରିସଂଖ୍ୟାନରୁ ଜଣାପଡ଼ିଛି, ଛାତ୍ରଛାତ୍ରୀମାନେ କ୍ରମାନ୍ୱୟରେ ଗଣିତ, ଦ୍ୱିତୀୟ ଭାଷା ଇଂଲିଶ ଓ ସାଧାରଣ ବିଜ୍ଞାନ ବିଷୟରେ ଦୁର୍ବଳ ରହୁଛନ୍ତି।

ପିଲାମାନେ ମାଟ୍ରିକ୍‌ ଦେଉଛନ୍ତି(ଫାଇଲ ଫଟୋ)

  • Published: Wednesday, 29 March 2023
  • , Updated: 29 March 2023, 04:03 PM IST

ହାଇସ୍କୁଲ ପରୀକ୍ଷାରେ ପିଲାମାନେ ଗଣିତ, ଇଂଲିଶ ଓ ସାଧାରଣ ବିଜ୍ଞାନ ବିଷୟରେ ପିଲାମାନେ ଦୁର୍ବଳ ରହୁଛନ୍ତି। ଆଜି ବିଧାନସଭାରେ ଏପରି ଉତ୍ତର ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ।

ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଗଣ ଶିକ୍ଷାମନ୍ତ୍ରୀ କହିଛନ୍ତି, ରାଜ୍ୟ ବାର୍ଷିକ ହାଇସ୍କୁଲ୍‌ ସମ୍ମେଟିଭ୍‌ ଆସେସ୍‌ମେଣ୍ଟର ପରିସଂଖ୍ୟାନରୁ ଜଣାପଡ଼ିଛି, ଛାତ୍ରଛାତ୍ରୀମାନେ କ୍ରମାନ୍ୱୟରେ ଗଣିତ, ଦ୍ୱିତୀୟ ଭାଷା ଇଂଲିଶ ଓ ସାଧାରଣ ବିଜ୍ଞାନ ବିଷୟରେ ଦୁର୍ବଳ ରହୁଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ମେଧା ଶକ୍ତିର ବିକାଶ ପାଇଁ ଏକ୍ସଟ୍ରା କ୍ଲାସ୍‌(ରେମେଡିଆଲ୍‌ କ୍ଲାସ୍‌), ୟୁନିଟ୍‌ ଟେଷ୍ଟ, ପିଲାଙ୍କ ପାଠ ପାଢ଼ା ଉପରେ ନଜର ରହିବ(Monitoring of Students) ଓ ବିଭିନ୍ନ ବିଷୟର ରିଭ୍ୟୁ ମଧ୍ୟ କରାଯାଉଅଛି। ଏତଦ୍‌ବ୍ୟତୀତ 5T ହାଇସ୍କୁଲ ମାନଙ୍କରେ ସ୍ମାର୍ଟ କ୍ଲାସ, ସାଇନ୍ସ ଲାବ ଓ ଡିଜିଟାଲ୍‌ ଲାଇବ୍ରେରୀ ଯୋଗାଇ ଦିଆଯାଇ ଛାତ୍ରଛାତ୍ରୀଙ୍କ ମେଧାଶକ୍ତି ବୃଦ୍ଧି କରାଯାଉଛି। ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ।

ହାଇସ୍କୁଲ ପରୀକ୍ଷାରେ କେଉଁ କେଉଁ ବିଷୟରେ ଛାତ୍ରଛାତ୍ରୀମାନେ ଦୁର୍ବଳ ରହୁଥିବା ପରିଲକ୍ଷିତ ହେଉଛି କି ପ୍ରଶ୍ନରେ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି।

Related story