Advertisment

୪୫ ମିନିଟ୍ ପରିବର୍ତ୍ତେ ଏଣିକି ଦେଢଘଣ୍ଟା ପଢ଼ାଯିବ ଏହି ୩ଟି ବିଷୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି। ଏଣିକି ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟକୁ ଅଧିକ ସମୟ ପଢ଼ାଯିବ। ପ୍ରତି ୩ଟି ବିଷୟକୁ ୪୫ ମିନିଟ୍ ପରିବର୍ତ୍ତେ ଦେଢଘଣ୍ଟା ଲେଖାଏ ପଢ଼ାଯିବ। ଏଭଳି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ  ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସଂପୃକ୍ତ ୩ ବିଷୟରେ ପିଲା କମ୍ ନମ୍ବର ରଖୁଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ସ୍ତରରୁ ଇଂରାଜୀ ଶିକ୍ଷା […]

ଅଦ୍ୟତନ ହୋଇଛି
୪୫ ମିନିଟ୍ ପରିବର୍ତ୍ତେ ଏଣିକି  ଦେଢଘଣ୍ଟା ପଢ଼ାଯିବ ଏହି ୩ଟି ବିଷୟ

samir

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି। ଏଣିକି ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟକୁ ଅଧିକ ସମୟ ପଢ଼ାଯିବ। ପ୍ରତି ୩ଟି ବିଷୟକୁ ୪୫ ମିନିଟ୍ ପରିବର୍ତ୍ତେ ଦେଢଘଣ୍ଟା ଲେଖାଏ ପଢ଼ାଯିବ। ଏଭଳି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ  ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

Advertisment

ସଂପୃକ୍ତ ୩ ବିଷୟରେ ପିଲା କମ୍ ନମ୍ବର ରଖୁଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ସ୍ତରରୁ ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ପାଇଲଟ୍ ବେସିସ୍‌ରେ ଜିଲ୍ଲାସ୍ତରରେ ଗୋଟିଏ ସ୍କୁଲକୁ ବଛାଯିବ। ସେହି ସ୍କୁଲରେ ଇଂରାଜୀ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ପରେ ଏହି ବ୍ୟବସ୍ଥା ବ୍ଲକ ସ୍ତରରେ ଲାଗୁ କରାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଗତ ମାଟ୍ରିକ୍‌ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାସ୍‌ ହାର ନୈରାଶ୍ୟଜନକ ଥିବା ବେଳେ ଏହି ୩ଟି ବିଷୟରେ ପ୍ରଦର୍ଶନ ଭଲ ନ ଥିଲା। ଏହା ସ୍କୁଲ ଓ ଗଣଶିକ୍ଷା ବିଭାଗର ଚିନ୍ତା ବଢାଇଥିଲା। ଏନେଇ ଚାରିଆଡ଼ଉ ସମାଲୋଚନାର ଶିକାର ହେବା ପରେ ଏପରି ସମସ୍ୟାର ମୁକାବିଲା  ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା ବିଭାଗ।  ଏଥର ପାସ୍‌ ହାରରେ ବୃଦ୍ଧି ସହ ପିଲାଙ୍କ ପ୍ରଦର୍ଶନ ଭଲ କରିବା ନିମନ୍ତେ ଏପରି ନିଷ୍ପତ୍ତି ନିଆଯାଇଛି।

Advertisment

ଏପରି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ଛାତ୍ରଛାତ୍ରୀ କେତେ ମାତ୍ରାରେ ଉପକୃତ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe