Advertisment

ସୁବର୍ଣ୍ଣପୁର ପାତାଳୀ ମହୋତ୍ସବ ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଲେ ସାଂସଦ ବୈଜୟନ୍ତ

ସୁବର୍ଣ୍ଣପୁର: ୯ ଦିନ ଧରି ଚାଲିଥିବା ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ମହୋତ୍ସବ ବୁଧବାର ଶେଷ ହୋଇଛି। ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ୫୬ ପ୍ରହରୀ ନାମଯଜ୍ଞରେ ପୂର୍ଣ୍ଣାହୂତି ଦେଇଥିଲେ। ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ ସମ୍ମାନିତ ଭାବେ ଯୋଗ ଦେଇଥିଲେ। ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସହ ଛଳିଆ ପାହାଡ଼ରୁ ଆରମ୍ଭ କରି ତ୍ରିକୁଟ କନ୍ଦର ଯାଏଁ ପାହାଡ଼ର ବିଭିନ୍ନ ସ୍ଥାନରେ ଆୟୋଜିତ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା […]

ସୁବର୍ଣ୍ଣପୁର ପାତାଳୀ ମହୋତ୍ସବ ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଲେ ସାଂସଦ ବୈଜୟନ୍ତ

patali

Advertisment

ସୁବର୍ଣ୍ଣପୁର: ୯ ଦିନ ଧରି ଚାଲିଥିବା ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ମହୋତ୍ସବ ବୁଧବାର ଶେଷ ହୋଇଛି। ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ୫୬ ପ୍ରହରୀ ନାମଯଜ୍ଞରେ ପୂର୍ଣ୍ଣାହୂତି ଦେଇଥିଲେ। ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ ସମ୍ମାନିତ ଭାବେ ଯୋଗ ଦେଇଥିଲେ। ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସହ ଛଳିଆ ପାହାଡ଼ରୁ ଆରମ୍ଭ କରି ତ୍ରିକୁଟ କନ୍ଦର ଯାଏଁ ପାହାଡ଼ର ବିଭିନ୍ନ ସ୍ଥାନରେ ଆୟୋଜିତ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

Advertisment

ସାହସଦ ପଣ୍ଡା କହିଛନ୍ତି, ପାତାଳୀ ଏକ ଐତିହାସିକ ସ୍ଥାନ। ଏଠାରେ ମହାପ୍ରଭୁ ଜଗନ୍ନାଥ ୧୪୪ ବର୍ଷ ରହିଥିଲେ। ଅଞ୍ଚଳର ଉନ୍ନତି ଲାଗି ପଦକ୍ଷେପ ନିଆଯାଉଛି। ରୋପ୍‌ ୱେ ବ୍ୟବସ୍ଥା କରାଯିବ, ରାସ୍ତା ତିଆରି ହେଉଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଉତ୍ସବ ଲାଗି ଯାହା କରାଯାଇ ପାରିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe