କମ୍ପାଉଣ୍ଡର ଦେଲେ ଭୁଲ୍ ଇଞ୍ଜେକ୍ସନ୍, ଚାଲିଗଲା ଶିଶୁର ଜୀବନ!

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସବୁ କିଛି ଠିକ୍ ଠାକ୍ ଥିଲା। ଶିଶୁ ଦେହରେ ସାମାନ୍ୟ ଯାଦୁ ଟିଏ ହୋଇଥିଲା। ଯାହା ପରେ ପରିବାର ଲୋକେ ହସ୍ପିଟାଲରୁ ଜଣେ କମ୍ପାଉଣ୍ଡରଙ୍କୁ ଘରକୁ ଡାକିଥିଲେ । କିନ୍ତୁ କମ୍ପାଉଣ୍ଡର ବାବୁ ଏମିତି ଏକ ଇଞ୍ଜେକ୍ସନ୍ ଦେଲେ ଯେ ଶିଶୁଟିର ମୃତ୍ୟୁ ହୋଇଗଲା। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ। ଅଭିଯୋଗ ମୁତାବକ, ଜିଲ୍ଲାର କୋଟସମଲାଇ ଗାଁର ପିଣ୍ଟୁ ଜଗଦଲା ତାଙ୍କର ୫ ବର୍ଷର ପୁଅ ଚନ୍ଦନ ଦେହରେ […]

subarnpur

subarnpur

Ranjit Kumar Jena
  • Published: Thursday, 03 June 2021
  • Updated: 03 June 2021, 10:03 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସବୁ କିଛି ଠିକ୍ ଠାକ୍ ଥିଲା। ଶିଶୁ ଦେହରେ ସାମାନ୍ୟ ଯାଦୁ ଟିଏ ହୋଇଥିଲା। ଯାହା ପରେ ପରିବାର ଲୋକେ ହସ୍ପିଟାଲରୁ ଜଣେ କମ୍ପାଉଣ୍ଡରଙ୍କୁ ଘରକୁ ଡାକିଥିଲେ । କିନ୍ତୁ କମ୍ପାଉଣ୍ଡର ବାବୁ ଏମିତି ଏକ ଇଞ୍ଜେକ୍ସନ୍ ଦେଲେ ଯେ ଶିଶୁଟିର ମୃତ୍ୟୁ ହୋଇଗଲା। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ।

ଅଭିଯୋଗ ମୁତାବକ, ଜିଲ୍ଲାର କୋଟସମଲାଇ ଗାଁର ପିଣ୍ଟୁ ଜଗଦଲା ତାଙ୍କର ୫ ବର୍ଷର ପୁଅ ଚନ୍ଦନ ଦେହରେ ଯାଦୁ ହୋଇଥିଲା । ଏହାର ଚିକିତ୍ସା ପାଇଁ ସେ କୋଟସମଲାଇ ଡାକ୍ତରଖାନାର କମ୍ପାଉଣ୍ଡର ଗୁପ୍ତେଶ୍ୱର ମେହେରଙ୍କୁ ଘରକୁ ଡାକିଥିଲେ। କମ୍ପାଉଣ୍ଡର ଜଣକ ଘରକୁ ଆସି ଶିଶୁଟିକୁ ଏକ ଇଞ୍ଜେକ୍ସନ୍ ଦେଇଥିଲେ। ତେବେ ଇଞ୍ଜେକ୍ସନ୍ ଦେବା ପରେ ଶିଶୁଟି ହଠାତ୍ ଗୁରୁତର ହୋଇଯାଇଥିଲା।

ଏହା ପରେ ପରିବାର ଲୋକେ ଶିଶୁଟିକୁ ତୁରନ୍ତ ଉଲୁଣ୍ଡା ଡାକ୍ତରଖାନା ଓ ପରେ ସୋନପୁର ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତରଖାନାରେ ଡାକ୍ତର ଶିଶୁଟିକୁ ମୃତ ଘୋଷିତ କରିଥିଲେ। ଯାହା ପରେ କମ୍ପାଉଣ୍ଡରଙ୍କ ଭୁଲ ଇଞ୍ଜେକ୍ସନ୍ କାରଣରୁ ଶିଶୁଟିର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଅନ୍ୟପଟେ ଶିଶୁଟି ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତା’ର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିବା ସହ ମୃତ ଦେହର ପୋଷ୍ଟମଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos