Advertisment

କମ୍ପାଉଣ୍ଡର ଦେଲେ ଭୁଲ୍ ଇଞ୍ଜେକ୍ସନ୍, ଚାଲିଗଲା ଶିଶୁର ଜୀବନ!

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସବୁ କିଛି ଠିକ୍ ଠାକ୍ ଥିଲା। ଶିଶୁ ଦେହରେ ସାମାନ୍ୟ ଯାଦୁ ଟିଏ ହୋଇଥିଲା। ଯାହା ପରେ ପରିବାର ଲୋକେ ହସ୍ପିଟାଲରୁ ଜଣେ କମ୍ପାଉଣ୍ଡରଙ୍କୁ ଘରକୁ ଡାକିଥିଲେ । କିନ୍ତୁ କମ୍ପାଉଣ୍ଡର ବାବୁ ଏମିତି ଏକ ଇଞ୍ଜେକ୍ସନ୍ ଦେଲେ ଯେ ଶିଶୁଟିର ମୃତ୍ୟୁ ହୋଇଗଲା। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ। ଅଭିଯୋଗ ମୁତାବକ, ଜିଲ୍ଲାର କୋଟସମଲାଇ ଗାଁର ପିଣ୍ଟୁ ଜଗଦଲା ତାଙ୍କର ୫ ବର୍ଷର ପୁଅ ଚନ୍ଦନ ଦେହରେ […]

author-image
Ranjit Kumar Jena
କମ୍ପାଉଣ୍ଡର ଦେଲେ ଭୁଲ୍ ଇଞ୍ଜେକ୍ସନ୍, ଚାଲିଗଲା ଶିଶୁର ଜୀବନ!

subarnpur

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସବୁ କିଛି ଠିକ୍ ଠାକ୍ ଥିଲା। ଶିଶୁ ଦେହରେ ସାମାନ୍ୟ ଯାଦୁ ଟିଏ ହୋଇଥିଲା। ଯାହା ପରେ ପରିବାର ଲୋକେ ହସ୍ପିଟାଲରୁ ଜଣେ କମ୍ପାଉଣ୍ଡରଙ୍କୁ ଘରକୁ ଡାକିଥିଲେ । କିନ୍ତୁ କମ୍ପାଉଣ୍ଡର ବାବୁ ଏମିତି ଏକ ଇଞ୍ଜେକ୍ସନ୍ ଦେଲେ ଯେ ଶିଶୁଟିର ମୃତ୍ୟୁ ହୋଇଗଲା। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ।

Advertisment

ଅଭିଯୋଗ ମୁତାବକ, ଜିଲ୍ଲାର କୋଟସମଲାଇ ଗାଁର ପିଣ୍ଟୁ ଜଗଦଲା ତାଙ୍କର ୫ ବର୍ଷର ପୁଅ ଚନ୍ଦନ ଦେହରେ ଯାଦୁ ହୋଇଥିଲା । ଏହାର ଚିକିତ୍ସା ପାଇଁ ସେ କୋଟସମଲାଇ ଡାକ୍ତରଖାନାର କମ୍ପାଉଣ୍ଡର ଗୁପ୍ତେଶ୍ୱର ମେହେରଙ୍କୁ ଘରକୁ ଡାକିଥିଲେ। କମ୍ପାଉଣ୍ଡର ଜଣକ ଘରକୁ ଆସି ଶିଶୁଟିକୁ ଏକ ଇଞ୍ଜେକ୍ସନ୍ ଦେଇଥିଲେ। ତେବେ ଇଞ୍ଜେକ୍ସନ୍ ଦେବା ପରେ ଶିଶୁଟି ହଠାତ୍ ଗୁରୁତର ହୋଇଯାଇଥିଲା।

ଏହା ପରେ ପରିବାର ଲୋକେ ଶିଶୁଟିକୁ ତୁରନ୍ତ ଉଲୁଣ୍ଡା ଡାକ୍ତରଖାନା ଓ ପରେ ସୋନପୁର ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତରଖାନାରେ ଡାକ୍ତର ଶିଶୁଟିକୁ ମୃତ ଘୋଷିତ କରିଥିଲେ। ଯାହା ପରେ କମ୍ପାଉଣ୍ଡରଙ୍କ ଭୁଲ ଇଞ୍ଜେକ୍ସନ୍ କାରଣରୁ ଶିଶୁଟିର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

Advertisment

ଅନ୍ୟପଟେ ଶିଶୁଟି ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତା’ର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିବା ସହ ମୃତ ଦେହର ପୋଷ୍ଟମଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି କହିଛନ୍ତି।