Advertisment

କଲେଜ୍ ପରେ ଏବେ ସ୍କୁଲରେ ପଶିଲା କରୋନା

ବିନିକା (ଦିଲ୍ଲୀପ କୁମାର ସାହୁ): କରୋନାର ୟୁଟର୍ଣ୍ଣ ପୁଣିଥରେ ଲୋକଙ୍କୁ ଭୟଭୀତ କରିଛି। କିଛି ଦିନ ଧରି ରାଜ୍ୟର ବିଭିନ୍ନ କଲେଜରେ କରୋନା କାୟା ମେଲାଇ ଥିବା ଏବେ ସ୍କୁଲରେ ପହଞ୍ଚିଲାଣି ଏହି ମହାମାରୀ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବାଳକ ହାଇସ୍କୁଲରେ ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ଜଣ ଛାତ୍ର ଓ ୨ ଜଣ ଷ୍ଟାଫ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଖବର ପାଇବା ପରେ ଆଜି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ […]

ସରିଲା ପ୍ରତୀକ୍ଷା, କାଲିଠୁ ଖୋଲିବ ସ୍କୁଲ୍

school

Advertisment

ବିନିକା (ଦିଲ୍ଲୀପ କୁମାର ସାହୁ): କରୋନାର ୟୁଟର୍ଣ୍ଣ ପୁଣିଥରେ ଲୋକଙ୍କୁ ଭୟଭୀତ କରିଛି। କିଛି ଦିନ ଧରି ରାଜ୍ୟର ବିଭିନ୍ନ କଲେଜରେ କରୋନା କାୟା ମେଲାଇ ଥିବା ଏବେ ସ୍କୁଲରେ ପହଞ୍ଚିଲାଣି ଏହି ମହାମାରୀ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବାଳକ ହାଇସ୍କୁଲରେ ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ଜଣ ଛାତ୍ର ଓ ୨ ଜଣ ଷ୍ଟାଫ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

Advertisment

ଖବର ପାଇବା ପରେ ଆଜି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଟିମ୍ ବଙ୍କଳ ହାଇସ୍କୁଲକୁ ପହଞ୍ଚିଥିଲେ। ଯାହା ପରେ ସେଠାରେ ୨୦ ଜଣଙ୍କର ଆରଟିପିସିଆର ଏବଂ ୧୩ ଜଣଙ୍କର ଆଟିଂଜେନ୍ ଟେଷ୍ଟ କରାଯାଇଛି।

ସେହିପରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ୧୫ ଜଣଙ୍କର ଆରଟିପିସିଆର ଏବଂ ୩ ଜଣଙ୍କର ଆଟିଂଜେନ୍ ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ମୋଟ ୫୧ ଜଣଙ୍କ ସାମ୍ପଲ୍ ଟେଷ୍ଟ କରାଯାଇଥିଲା। ଯେଉଁଥିରୁ ବାଳକ ହାଇସ୍କୁଲର ୪ ଜଣ ଛାତ୍ରକଂ ସହ ୨ ଜଣ ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର କହିଛନ୍ତି।

Advertisment

ଏହା ପୂର୍ବରୁ ଆଜି ଝାରସୁଗୁଡ଼ାର ଏକ ଇଞ୍ଜିନିୟରିଂ କଲେଜରୁ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ୨୧ଜଣଙ୍କ ମଧ୍ୟରେ ୮ ଜଣ ଛାତ୍ର ରହିଥିବା ବେଳେ ୧୩ଜଣ ଶିକ୍ଷକ ଓ କର୍ମଚାରୀ ସାମିଲ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe