Advertisment

ଗୁହାରୀ ଶୁଣ ମନ୍ତ୍ରୀ- ଘରଟିଏ ଦିଅ, ତା’ ସହ ଘରଣୀ ବି...

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା) : ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ।  ତେଣୁ ମୋର କେବଳ ଘରଟିଏ ନୁହେଁ, ଘରଣୀଟିଏ ବି ଦରକାର। ନ ହେଲେ ଚଳିବି କେମିତି । ମୋ’ କଥା ବୁଝିବ କିଏ । କଥାରେ ପରା ଅଛି No Life Without Wife. No Knowledge Without College  । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ମାନଭଞ୍ଜନ କରିବା ସହ ତାଙ୍କ ନିକଟରେ ଏପରି ଗୁହାରୀ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳର ଦୃଷ୍ଟିହୀନ […]

ଅଦ୍ୟତନ ହୋଇଛି
ଗୁହାରୀ ଶୁଣ ମନ୍ତ୍ରୀ- ଘରଟିଏ ଦିଅ, ତା’ ସହ ଘରଣୀ ବି...

minister

Advertisment

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା) : ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ।  ତେଣୁ ମୋର କେବଳ ଘରଟିଏ ନୁହେଁ, ଘରଣୀଟିଏ ବି ଦରକାର। ନ ହେଲେ ଚଳିବି କେମିତି । ମୋ’ କଥା ବୁଝିବ କିଏ । କଥାରେ ପରା ଅଛି No Life Without Wife. No Knowledge Without College  । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ମାନଭଞ୍ଜନ କରିବା ସହ ତାଙ୍କ ନିକଟରେ ଏପରି ଗୁହାରୀ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳର ଦୃଷ୍ଟିହୀନ ଯୁବକ ପ୍ରେମାନନ୍ଦ ସିକା ।

Advertisment

ପ୍ରେମାନନ୍ଦ ଏବେ ସୋନପୁର ରାଜ କଲେଜ ଯୁକ୍ତ ତିନିର ଛାତ୍ର । ହେଲେ ସେ ବୁଝିଗଲେଣି ଯେ ଜୀବନ ବଞ୍ଚିବାକୁ ହେଲେ ତାଂକୁ ଜୀବନ ସାଥୀଟିଏ ଦରକାର । ଯିଏକି ତାଙ୍କ ସୁଖରେ ଦୁଃଖରେ ସାଥି ହେବ । ତାଙ୍କ ଭଲ ମନ୍ଦ ବୁଝିବା ସହ ତାଙ୍କୁ ରୋଷେଇକରି ଖାଇବାକୁ ଦେବ । ତାଙ୍କ ପାଠପଢାରେ ମଧ୍ୟ ସହଯୋଗ କରିବ ।

ମନେ ମନେ ଏତେ କଥା ଭାବି ସାରିଥିବା  ବେଳେ ଜୀବନସାଥୀ କିଏ ହେବ, ତାକୁ ନେଇ ଦ୍ୱନ୍ଦରେ ଥିବା ପ୍ରେମାନନ୍ଦ ଏହର ସମାଧାନ ପାଇଁ ସିଧାସଳଖ ପହଞ୍ଚିଗଲେ ମନ୍ତ୍ରୀ ପଦ୍ମନାଭ ଦାସଙ୍କ ନିକଟରେ।  ଗତକାଲି ସଂଧ୍ୟାରେ ପ୍ରେମାନନ୍ଦ  ମନ୍ତ୍ରୀ ପଦ୍ମନାଭ ବେହେରାଂକ ସୋନପୁର ବାସଭବନରେ ପହଞ୍ଚି ତାଙ୍କୁ ଜଣାଇଲେ ନିଜ ଦୁଃଖ । ଭଗବାନ ପ୍ରେମାନନ୍ଦଙ୍କୁ  ଆଖି ସିନା ଦେଇନାହାଁନ୍ତି କିନ୍ତୁ ସୁନ୍ଦର କଣ୍ଠିଟିଏ ଦେଇଛନ୍ତି । ଏଣୁ ପ୍ରଥମେ ମନ୍ତ୍ରୀଙ୍କୁ ସେ ଦୁଇ ତିନୋଟି ଭଜନ ଗାଇ ଶୁଣାଇଲେ ।

Advertisment

ମନ୍ତ୍ରୀ ପଦ୍ମନାଭ ବେହେରା  ବେଶ୍‌ ସଙ୍ଗୀତପ୍ରିୟ । ମହାଶୟଙ୍କୁ ତାଳ ମାନ ବେଶ୍‌  ଭଲ ଭାବରେ ଜଣା । ଏଣୁ ପ୍ରେମାନନ୍ଦଙ୍କ ମୁହଁରୁ ଗୀତ ଶୁଣିଲା ପରେ ତାଳ ମାନ ଭୁଲ୍‌ ଥିବା କହିବା ସହ ମନ୍ତ୍ରୀ ମହାଶୟ ପ୍ରେମାନନ୍ଦଙ୍କୁ ତାଳ ସଂପର୍କରେ ଜ୍ଞାନ ଦେଲେ। ଏପରିକି କିଛି ଗୀତ ଉଦାହରଣ ସ୍ୱରୁପ ଶୁଣାଇଥିଲେ ।

ସଂଗୀତ ଚର୍ଚ୍ଚା ସରିଗଲା ପରେ କଣ ପାଇଁ ଆସିଛ କୁହ ବୋଲି ପଚାରିଲେ ମନ୍ତ୍ରୀ । ମନ୍ତ୍ରୀଙ୍କ ମୁହଁରୁ ଏତକ ଶୁଣିଲା ପରେ ପ୍ରେମାନନ୍ଦ ଆରମ୍ଭ କଲେ ନିଜ ତାଲିକା । କହିଲେ, ଆଜ୍ଞା ସରକାରୀ ଯୋଜନାରେ ମୋତେ ଘର ଖଣ୍ଡିଏ କରିଦିଅନ୍ତୁ । ଖାଲି ଘର କଣ ହେବ ଆଜ୍ଞା ଘର ସାଙ୍ଗକୁ ମୋତେ ଘରଣିଟିଏବି କରାଇଦିଅନ୍ତୁ । ଆପଣ ଚାହିଁଲେ ସବୁ ସମ୍ଭବ । ତା’ ସହିତ ଆମ ପଡାରେ ନଳକୁଅ ଗୋଟିଏ ମଧ୍ୟ ଖୋଳିଦିଅନ୍ତୁ ।

ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରେମାନନ୍ଦଙ୍କ କଥା ଶୁଣିଲା ପରେ ହସିଦେଲେ । ଆଉ କହିଲେ ଠିକ ଅଛି ବାବୁ ତୁମ ପାଇଁ ଝିଅ ଖୋଜିବା । ତୁମ କଥା ବୁଝିବା ।  ଏହାପରେ ଖୁସି ମନରେ ଘରକୁ ଫେରିଲେ ପ୍ରେମାନନ୍ଦ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe