/odisha-reporter/media/post_attachments/uploads/2021/09/4bn.jpg)
4bn
ବିନିକା(ଓଡ଼ିଶା ରିପୋର୍ଟର): ଏକା ସଙ୍ଗେ କୋକେଇ ଉଠିଲା । ଏକା ସଙ୍ଗେ ଚିତା ଲାଗିଲା । ସାଙ୍ଗ ହୋଇ ଜଳିଲା ବାପ ପୁଅଙ୍କର ଶବ I ଆଉ କାନ୍ଦ ବୋବାଳିରେ ଫାଟିପଡ଼ୁଥିଲା ପରିବେଶ। ଏକ ସଙ୍ଗେ ଦୁଇ ଦୁଇ ଜଣଙ୍କୁ ହରାଇ ପରିବାର ଲୋକେ କୋହକୁ ସମ୍ଭାଳି ପାରୁନଥିଲେ। ବାତାବରଣ ଥିଲା ବେଶ ଗମ୍ଭୀର ଓ ନିସ୍ତବ୍ଦ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୁହିବାହାଲ ଗାଁରେ। ଗତକାଲି କୂଅରେ ଅଣନିଃଶ୍ୱାସୀ ହୋଇ ପ୍ରାଣତ୍ୟାଗ କରିବା ପରେ ଉଭୟଙ୍କ ଶେଷକୃତ୍ୟ ହୋଇଥିଲା।
ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୁହିବାହାଲ ଗାଁର ସାଧୁ କାଲସେ (୫୫) , ପୁଅ ଆଲୋକ କାଲସେ (୨୦), ସାଧୁଙ୍କ ଜ୍ୱାଇଁ ଓ ସୁଲେଇ ଗାଁର ନବୀନ ମଟାରୀ (୩୨) କଇଁଛ ଧରିବାକୁ ଏକ କୂଅରେ ପଶିଥିଲେ। ପ୍ରଥମେ ସାଧୁ ପରିତ୍ୟକ୍ତ କୂଅ ଭିତରକୁ ଯାଇଥିଲେ। ମାତ୍ର ସେ ବାହାକୁ ଆସିପାରିନଥିଲେ। ଏପରିକି ଡାକିଲେ ମଧ୍ୟ କୌଣସି ଉତ୍ତର ଦେଇନଥିଲେ। ପରେ ପୁଅ ଆଲୋକ କୂଅ ଭିତରକୁ ଯାଇଥିଲେ। ମାତ୍ର ସେ ଫେରିନଥିଲେ। ଶେଷରେ ଜ୍ୱାଇଁ ନବୀନ ଓ ଅନ୍ୟ ଜଣେ କୂଅ ଭିତରେ ପଶି ଥିଲେ। ସେମାନେ ମଧ୍ୟ ବାହାରି ପାରିନଥିଲେ।
କୌଣସି ସୂତ୍ରରୁ ଖବର ପାଇ ରାମପୁର ଥାନା ପୁଲିସ ଓ ବିନିକା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପରେ କୂଳ ଭିତରୁ ସାଧୁ, ଆଲୋକ ଓ ନବୀନଙ୍କ ମୃତଦେହ ଉଦ୍ଧାର କରିଥିଲା। ଏଥିସହ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଛି।
ଆଜି ରାମପୁର ପୁଲିସ ବାପ ପୁଅଙ୍କ ଶବକୁ ଶବ ବ୍ୟବଛେଦ କଲାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା I ଗ୍ରାମବାସୀ ଏବଂ ପରିବାର ଲୋକେ ବାପ ପୁଅଙ୍କ ଶବକୁ ଏକା ସାଙ୍ଗରେ କୁହିବାହାଲ ଗାଁ ନିକଟରେ ଥିବା ସ୍ମଶାନ ଘାଟରେ ଶବ ସତ୍କାର କରିଥିଲେ। ସେପଟେ ଜ୍ୱାଇଁଙ୍କ ଶବକୁ ସୁଲେଇ ଗାଁ ନିକଟରେ ଥିବା ସ୍ମଶାନ ଘାଟରେ ଶବ ସତ୍କାର କରାଯାଇଥିଲା I
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
