ନିର୍ବାଚନ ପରେ ବି ଥମୁନି ହିଂସା; କଥା କଟାକଟିରୁ ଭୁଜାଲି ଚୋଟ

ବିନିକା(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନୀ ପରେ ବି ଥମିବା ନାଁ ଧରୁନି ହିଂସା I ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି  ନିର୍ବାଚନୀ ପରବର୍ତ୍ତୀ ହିଂସା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିଶାଲପାଲି ଗାଁରେ ନିର୍ବାଚନୀ ହିଂସାକୁ ନେଇ ହୋଇଛି ଭୁଜାଲି ମାଡ଼ । ଏହି ଆକ୍ରମଣରେ ୨ ଜଣ ଗୁରୁତର ହେବା ସହ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗତ ରାତିରେ ବିଶାଲପାଲି ଗାଁର ଆନନ୍ଦ […]

attack

attack

Niharika Rout
  • Published: Tuesday, 08 March 2022
  • Updated: 08 March 2022, 08:25 AM IST

Sports

Latest News

ବିନିକା(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନୀ ପରେ ବି ଥମିବା ନାଁ ଧରୁନି ହିଂସା I ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି  ନିର୍ବାଚନୀ ପରବର୍ତ୍ତୀ ହିଂସା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିଶାଲପାଲି ଗାଁରେ ନିର୍ବାଚନୀ ହିଂସାକୁ ନେଇ ହୋଇଛି ଭୁଜାଲି ମାଡ଼ । ଏହି ଆକ୍ରମଣରେ ୨ ଜଣ ଗୁରୁତର ହେବା ସହ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଗତ ରାତିରେ ବିଶାଲପାଲି ଗାଁର ଆନନ୍ଦ ଜାଲଙ୍କର  ବୁଧୁ ପ୍ରସାଦ ଓ ସମୀର ମତାରିଙ୍କ ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ କଥା କଟାକଟି ହୋଇଥିଲା । ପରେ ଘଟଣା ଉଗ୍ରରୂପ ନେଇଥିଲା । ଉତ୍ତ୍ୟକ୍ତ ଆନନ୍ଦ ଜାଲଙ୍କ ଭୁଜାଲି ଆକ୍ରମଣରେ ବୁଧୁ ପ୍ରସାଦ ଓ ସମୀର ମତାରି ଗୁରୁତର ହୋଇଥିଲେ। ପ୍ରଥମେ ଉଭୟଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଖବର ପାଇ ଘଟଣାସ୍ଥଳକୁ ବିନିକା ପୁଲିସ୍‌ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି । ଆକ୍ରମଣ କରିଥିବା ଯୁବକ ଆନନ୍ଦ ଜାଲକୁ ଥାନାକୁ ଆଣିବା ସହ ଅଟକ ରଖିଛି ବିନିକା ପୁଲିସ୍‌ I

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos